ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ।

“ସମସ୍ତ ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀମାନେ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ଦାବି କରିଛନ୍ତି। ମୁଁ ମଧ୍ୟ ଓଡ଼ିଶାରେ ଆଗକୁ ଲକ୍‌ଡାଉନ୍‌ ବଢୁ ବୋଲି ଚାହୁଁଛି। ଆହୁରି ଗୋଟିଏ ମାସ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଦାବି କରୁଛି। ହେଲେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେବେ ତାହା ପରେ ଜଣା ପଡ଼ିବ” କହିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ।

କରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଲୋଚନା ଅବସରରେ ନିଜ ମତାମତ ଦେଇଥିଲେ ନବ ଦାସ। ଲକ୍‌ଡାଉନ୍‌ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା।

ଆଲୋଚନା ପରେ ନବ ଦାସ କହିଛନ୍ତି ଯେ କରୋନାକୁ ରୋକିବାର ଗୋଟିଏ ଉପାୟ, ତାହା ହେଉଛି ଲକ୍‌ଡାଉନ୍‌ ବେଳେ ଘରେ ରହିବା, ସାମାଜିକ ଦୂରତା ରଖିବା। ଏସବୁ ପାଳନ କଲେ କରୋନାକୁ ରୋକାଯାଇ ପାରିବ।

ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ଓଡ଼ିଶା ନିୟନ୍ତ୍ରଣରେ ଅଛି। ଏହାସହ ବାହାରେ ରହିଥିବା ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ଆମର ପ୍ରଥମ ଲକ୍ଷ୍ୟ। ସେମାନଙ୍କ ପାଇଁ ଗାଇଡ୍‌ଲାଇନ ଆଣନ୍ତୁ କେନ୍ଦ୍ର ସରକାର ବୋଲି କହିଛନ୍ତି ନବ ଦାସ।

LEAVE A REPLY

Please enter your comment!
Please enter your name here