ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସିଲ୍‌ ହେଲା ନୂଆଦିଲ୍ଲୀ ନୀତି ଆୟୋଗ କାର୍ଯ୍ୟାଳୟ। କାର୍ଯ୍ୟାଳୟରେ ଜଣେ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଅଧିକାରୀ କରୋନା ଚିହ୍ନଟ ହେବା ପରେ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଥିଲା। ଏହାସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ କ୍ଵାରେଣ୍ଟାଇନ୍‌ ପଠାଯାଇଛି।

ନୀତି ଆୟୋଗ ବିଲ୍ଡିଂର ଚତୁର୍ଥ ମହଲାରେ କାମ କରୁଥିବା ଜଣେ ନିର୍ଦ୍ଦେଶକ ସ୍ତରୀୟ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କର୍ମଚାରୀ କରୋନା ଆକ୍ରାନ୍ତ ନେଇ ସକାଳ ୯ଟାରେ କାର୍ଯ୍ୟାଳୟ ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା। ଏହା ପରେ ସମସ୍ତ ପ୍ରୋଟୋକଲ୍‌ ଅନୁଯାୟୀ ବିଲ୍ଡିଂକୁ ସିଲ୍‌ କରାଯାଇଛି।

ଦିଲ୍ଲୀର ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩,୧୦୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯୦ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହାସହ ୨୪ ଘଣ୍ଟାରେ କେହି ବ୍ୟକ୍ତି ସୁସ୍ଥ ହୋଇନାହାନ୍ତି। ଅନ୍ୟପକ୍ଷରେ ଏହି ସମୟ କରୋନାରେଲ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିନାହିଁ।

ବର୍ତ୍ତମାନ ଦିଲ୍ଲୀରେ ୯୯ଟି ଅଞ୍ଚଳ ହଟ୍‌ସ୍ପଟ ଭାବେ ଚିହ୍ନଟ ହୋଇଛି। ଏହାକୁ ବ୍ୟାପିବାରୁ ରୋକିବା ପାଇଁ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି

Comment