ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା, ଦେବଗଡ଼ ଏବଂ କେନ୍ଦୁଝରରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ କୋଲକାତାରୁ ଫେରିଛନ୍ତି। ଏନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଆଜି କରୋନା ଓଡ଼ିଶାର ନୂଆ ତିନି ଜିଲ୍ଲା ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଛୁଇଁଥିଲା। ଏହି ଜିଲ୍ଲାମାନଙ୍କରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଝାରସୁଗୁଡ଼ା ବ୍ରଜରାଜନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୧୮ ବର୍ଷୀୟ ଯୁବତୀ ହୋଇଥିବା ବେଳେ ଦେବଗଡ଼ ବାସୁଦେବପୁରରୁ ଚିହ୍ନଟ ହୋଇଛନ୍ତି ଜଣେ ୩୪ ବର୍ଷୀୟ ଯୁବକ। ସେହିପରି କେନ୍ଦୁଝର ପଞ୍ଚପଲ୍ଲୀ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୬୦ ବର୍ଷୀୟ ବୃଦ୍ଧ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଗତ କିଛିଦିନ ହେଲା ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରେ ପଶ୍ଚିମବଙ୍ଗ ଫେରନ୍ତା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସେହିପରି କୋରାପୁଟରୁ ଯେଉଁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ମଧ୍ୟ କୋଲକାତାରୁ ଫେରିଥିବା ଜଣାପଡ଼ିଥିଲା।

ଏବେ ଝାରସୁଗୁଡ଼ା, ଦେବଗଡ଼ ଏବଂ କେନ୍ଦୁଝର ଜିଲ୍ଲାରୁ ଯେଉଁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କର କୋଲକାତା ଲିଙ୍କ୍‌ ରହିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Comment