ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ଆଉ ୩ ଜିଲ୍ଲାକୁ ଡେଇଁଲା କରୋନା। ଗତ ଦୁଇ ଦିନ ତଳେ କୋରାପୁଟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସହଖ୍ୟା ୧୨୨ରେ ପହଞ୍ଚିଛି।

ଆଜି ସକାଳେ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ୭୭ ବର୍ଷୀୟ ବୃଦ୍ଧ ଚିହ୍ନଟ ହୋଇଥିଲେ। ଏହାର କିଛି ସମୟ ପରେ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରେ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଓ ଭଦ୍ରକରେ ୧୯, ବାଲେଶ୍ୱର ୧୬, ସୁନ୍ଦରଗଡ଼ ୧୦, କେନ୍ଦ୍ରାପଡ଼ା ୨, କଳାହାଣ୍ଡି ୨, କୋରାପୁଟ ୧, କଟକ ୧, ଢେଙ୍କାନାଳ ୧ ଏବଂ ପୁରୀରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

LEAVE A REPLY

Please enter your comment!
Please enter your name here