ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସମସ୍ତ ଆକ୍ରାନ୍ତ ଯାଜପୁରର। ଏହାସହ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ଯାଜପୁରରେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତ କଟିକଟା କଣ୍ଟେନମେଣ୍ଟ ଜୋନ୍‌ର। ଆଜି ସକାଳେ ଯାଜପୁରରୁ ୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ଭୁବନେଶ୍ଵର ପରେ ଯାଜପୁରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧୪ କରୋନା ଆକ୍ରାନ୍ତ ପରେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟଙ୍କ ସଂଖ୍ୟା ୧୦୨ରେ ପହଞ୍ଚିଥିବା ବେଳେ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭୁବନେଶ୍ଵରରେ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ୩୬, ଭଦ୍ରକ ଓ ବାଲେଶ୍ଵରରେ ୧୯ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଗୋଟିଏ ଦିନରେ ୧୭ ଆକ୍ରାନ୍ତ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

Comment