ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ପାଇଁ ଜୁନ୍‌ ୧୭ ଯାଏଁ ଓଡ଼ିଶାରେ ବନ୍ଦ ରହିବ ସ୍କୁଲ୍‌, କଲେଜ। ଏଥିପାଇଁ ବିଭିନ୍ନ ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି। ତେବେ ଯେକୌଣସି ସ୍କୁଲ ଓ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି। ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଅଗଷ୍ଟ ମାସରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ବୋଲି ୟୁଜିସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା। ପରୀକ୍ଷା ଖାତା ମୂଲ୍ୟାୟ ସମ୍ପର୍କରେ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିଲା। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ଗାଇଡ୍‌ଲାଇନ୍‌କୁ ତର୍ଜମା କରାଯିବ। ଓଡ଼ିଶା ପାଇଁ ଯାହା ଠିକ୍‌ ତାହା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ବସିବ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ହଷ୍ଟେଲରେ ଛାତ୍ରଛାତ୍ରୀ ନାହାନ୍ତି। ମେ’ ୩ରେ ଲକ୍‌ଡାଉନ୍‌ ଶେଷ ହେବାର ଅବଧି ଥିବାରୁ କେବେ ପରୀକ୍ଷା ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ଆଲୋଚନା ଚାଲିଛି।

Comment