ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ଵରର ହୋଇଥିବା ସୂଚନା। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ବର୍ତ୍ତମାନ ରାଜ୍ୟରେ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହାସହ ୫୬ ଜଣ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି। ହେଲେ ଏଯାଏଁ ୯୯ ମାମଲା ସକ୍ରିୟ ରହିଥିବା ବେଳେ ଜଣକର ମୃତ୍ୟୁ ହୋଇଛି।

ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯାଜପୁରରେ ବର୍ତ୍ତମାନ ୪୭ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଭଦ୍ରକରେ ୧୯ ଓ ବାଲେଶ୍ଵରରେ ୨୦ ଆକ୍ରାନ୍ତ ରହିଛନ୍ତି।

ପ୍ରଥମେ ଭୁବନେଶ୍ଵରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଥିଲେ। ହେଲେ ଏବେ ସେହି ସଂକ୍ୟାରେ ବ୍ରେକ ଲାଗିଛି। ୧୫ ଦିନ ମଧ୍ୟରେ ଭୁବନେଶ୍ଵରରେ ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment