ଓଡ଼ିଶାଲାଇଭ୍ ବ୍ୟୁରୋ

ମିନିଷ୍ଟ୍ରି ଅଫ୍ କୋଲ୍ ଅଧୀନରେ ଲିଗାଲ ଆସିଷ୍ଟାଣ୍ଟ, ସିନିୟର ଇନଭେଷ୍ଟିଗେଟର ଏବଂ ଅପର୍ ଡିଭିଜନ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେ ଆବେଦନ କରିପାରିବେ।

ଲିଗାଲ ଆସିଷ୍ଟାଣ୍ଟ- ଗୋଟିଏ ପଦବୀ:

  • ଯୋଗ୍ୟତା- କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବେ। ଲ’ରେ ଡିଗ୍ରୀ ହାସଲ କରିବା ସହ ଲିଗାଲ ଓ୍ୱାର୍କରେ 3 ବର୍ଷର ଅଭିଜ୍ଞତା ଥିବ।
  • ବୟସ- ଆବେଦନର ଶେଷ ତାରିଖ ସୁଦ୍ଧା ଅତିବେଶୀରେ 56 ବର୍ଷ ହୋଇଥିବ।
  • ଦରମା- ୩୫, ୪୦୦ରୁ ୧,୧୨,୪୦୦ ଟଙ୍କା

ସିନିୟର ଇନଭେଷ୍ଟିଗେଟର- ଗୋଟିଏ ପଦବୀ:

  • ଯୋଗ୍ୟତା- କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ସମ୍ମାନଜନକ ପଦବୀରେ କାର୍ଯ୍ୟ କରୁଥିବେ।
  • ବୟସ- ଆବେଦନର ଶେଷ ତାରିଖ ସୁଦ୍ଧା ଅତିବେଶୀରେ 56 ବର୍ଷ ହୋଇଥିବ।
  • ଦରମା- ୩୫, ୪୦୦ରୁ ୧,୧୨,୪୦୦ ଟଙ୍କା

MINISTRY OF COAL

ଅପର ଡିଭିଜନ କ୍ଲର୍କ-୧୩ଟି ପଦବୀ:

  • ଯୋଗ୍ୟତା- କେନ୍ଦ୍ର ସରକାରଙ୍କ ଅଧୀନରେ ସମ୍ମାନଜନକ ପଦବୀରେ କାର୍ଯ୍ୟ କରୁଥିବେ ବା ନିମ୍ନ ବିଭାଗ କିରାଣୀ ପଦବୀରେ ଅତିକମରେ ୮ ବର୍ଷ କାର୍ଯ୍ୟ କରିଥିବେ।
  • ବୟସ- ଆବେଦନର ଶେଷ ତାରିଖ ସୁଦ୍ଧା ଅତିବେଶୀରେ ୫୬ ବର୍ଷ ହୋଇଥିବ।
  • ଦରମା- ୨୫,୫୦୦ରୁ ୮୧,୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ବ୍ୟକ୍ତିମାନେ ବିଜ୍ଞପ୍ତି ପ୍ରକାଶ ପାଇବାର ୬୦ ଦିନ ମଧ୍ୟରେ ନିଜର ଆବେଦନପତ୍ର ନିମ୍ନଲିଖିତ ଠିକଣାକୁ ପଠାଇପାରିବେ।

ଠିକଣା- ଶ୍ରୀ ସଦାନନ୍ଦ ମୁଖର୍ଜୀ, ଡେପୁଟୀ ଆସିଷ୍ଟାଣ୍ଟ କୋଲ୍ କଣ୍ଟ୍ରୋଲର, ଅଫିସ ଅଫ୍ ଦି କୋଲ୍ କଣ୍ଟ୍ରୋଲର, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ, 1, କାଉନସିଲ ହାଉସ ଷ୍ଟ୍ରିଟ୍, କଲିକତା- 700001

ଅଧିକ ସୂଚନା ପାଇଁ coalcontroller.gov.in ରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment