ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ କରୁଥିବା ବେଳେ ଦୁଇ ଜଣ ଫରେଷ୍ଟ ଗାର୍ଡ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଶିକାର ହୋଇଥିବା ସାମ୍ଵାଦିକ ହେଲେ ଜୀ ଓଡ଼ିଶାର କ୍ୟାମେରାମ୍ୟାନ ଚିତ୍ତରଞ୍ଜନ ଖୁଣ୍ଟିଆ।

ନେଚର କ୍ୟାମ୍ପର ଦୁଇ ଫରେଷ୍ଟଗାର୍ଡ ଏହି ଆକ୍ରମଣ କରିଛନ୍ତି। ଏହି ସମୟରେ କନକ ନ୍ୟୁଜର ସାମ୍ବାଦିକ ତାଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି।

ନେଚରକ୍ୟାମ୍ପ ଭିତରେ ମଦ ବୋତଲ ଥୁଆ ହୋଇଥିବାର ଦୃଶ୍ୟ କାଳେ କ୍ୟାମେରାରେ ଉଠାଯାଇଛି ବୋଲି ସନ୍ଦେହ କରି ଦୁଇ ଫରେଷ୍ଟଗାର୍ଡ ଏହି ଅଚାନକ ଆକ୍ରମଣ କରିଥିଲେ।ଏନେଇ ଫରେଷ୍ଟ ଗାର୍ଡଙ୍କ ବିରୋଧରେ ଥାନାରେ ମଧ୍ୟ ଏତଲା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here