ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ପାଇଁ ନିଯୁକ୍ତ କୋଭିଡ଼-୧୯ର ପର୍ଯ୍ୟବେକ୍ଷକ ଭିଭି ଯାଦବ ରାୟଗଡ଼ା ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ଜିଲ୍ଲାରେ କରୋନା ମୁବିଲା ପାଇଁ କ’ଣ କଣ ବ୍ୟବସ୍ଥା ହୋଇଛି ସେ ସମ୍ପର୍କରେ ଆଲୋଚନା କରିବା ସହ ସମୀକ୍ଷା କରିଥିଲେ।

ସେ ପ୍ରଥମେ କୋରାପୁଟରୁ ସଡ଼କ ପଥରେ ରାୟଗଡ଼ା ଅଭିମୁଖେ ଆସି ମାଲିଗାଁ ସ୍ଥିତ କ୍ଵାରେଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କରିଥିଲେ। ସେଠାରେ ମାଲିଗାଁ ଓ ଆଳୁବାଡ଼ିର ଶ୍ରମିକମାନଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ୍ ସେଣ୍ଟରର ବ୍ୟବସ୍ଥା ସମ୍ପର୍କରେ ତଦାରଖ କରିଥିଲେ।

ଏହା ପରେ ଜେକେପୁରସ୍ଥିତ କୋଭିଡ-୧୯ର ହସ୍ପିଟାଲ ଯାଇ ସେଠାର ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ। ଏହାପରେ ସେ ରାୟଗଡ଼ା ଫେରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଶର୍ବଣା ବିବେକ ଏମ୍ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଓଡ଼ିଶା ଫେରନ୍ତା ପ୍ରବାସୀଙ୍କ ସମ୍ପର୍କରେ ସମୀକ୍ଷା ବୈଠକ କରିଥିଲେ।

Comment