ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ଯୋଦ୍ଧାଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ସମ୍ମାନ। କରୋନା ଯୁଦ୍ଧରେ ସାମିଲ ହଜାର ହଜାର ଡାକ୍ତର, ନର୍ସ ଓ ପୋଲିସ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରାଯାଇଛି। ୩ ସେନା ମୁଖ୍ୟଙ୍କ ନେତୃତ୍ଵରେ ସେନାବାହିନୀ ଏହି ପୁଷ୍ପବର୍ଷା କରିଛି। ଏହି ଦୃଶ୍ୟ ସମଗ୍ର ଭାରତରେ ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଚାରିଆଡ଼େ ଦେଖିବାକୁ ମିଳିଥିଲା।

ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପୋଲିସ ସ୍ମାରକୀରୁ ଏହି ପୁଷ୍ପବର୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଦିଲ୍ଲୀ ଏମ୍ସ, ଏଲ୍‌ଏନ୍‌ଜେପି, ଜିଟିବି ଓ ରାଜୀବ ଗାନ୍ଧୀ ହସ୍ପିଟାଲରେ ପୁଷ୍ପବର୍ଷା ହୋଇଥିଲା। ସେହିପରି ଭୁବନେଶ୍ଵରରେ ମଧ୍ୟ ହେଲିକ୍ଟରରୁ କୋଭିଡ ହସ୍ପିଟାଲ ଉପରେ ଫୁଲ ବର୍ଷା କରାଯାଇଛି।

ଏହି ସମ୍ମାନ ଦେବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ସେନାର ୩ ଅଙ୍ଗ କରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଉଛି ବୋଲି ଶୁକ୍ରବାର ଚିଫ୍‌ ଅଫ ଡିଫେନ୍ସ ଜେନେରାଲ ବିପିନ ରାଓ୍ଵତ କହିଛନ୍ତି।

Comment