ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୪ ଜଣ ଥିବା ବେଳେ ଭଦ୍ରକର ୨ ଜଣ ରହିଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ।

ଏହି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରରେ ୫୨ ଓ ଭଦ୍ରକରେ ୨୧ରେ ପହଞ୍ଚିଛି କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ଭଦ୍ରକ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଜିଲ୍ଲା। ଏଠାରୁ ଚିହ୍ନଟ ହେଉଥିବା ଅଧିକାଂଶ ଆକ୍ରାନ୍ତ କୋଲକାତା ଫେରନ୍ତା।

ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହି ୩ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହାସହ ଭୁବନେଶ୍ଵରକୁ ମଧ୍ୟ ରେଡ୍‌ ଜୋନ୍‌ ଭାବେ ଘୋଷଣା କରିଛନ୍ତି ସରକାର।

ବର୍ତ୍ତମାନ ରାଜ୍ୟରେ ୧୬୯ କରୋନା ଆକ୍ରାନ୍ତ ରହିଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୦୮ ଆକ୍ରାନ୍ତ ବର୍ତ୍ତମାନ ସକ୍ରିୟ ରହିଛନ୍ତି।

Comment