ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଆଜି ଜନ୍ମଦିନ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ୫୪ ବର୍ଷ ବୟସରେ ସେ ନିଜକୁ କେମିତି ଫିଟ୍‌ ରଖିଛନ୍ତି?

ଓଲିଉଡର ଏଭରଗ୍ରୀନ ସୁପରଷ୍ଟାର ହେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ତାଙ୍କୁ ଓଲିଉଡର ପ୍ରଥମ ମେଗାଷ୍ଟାର ମଧ୍ୟ କୁହାଯାଏ। ସେ ତାଙ୍କ ସୁନ୍ଦର ଅଭିନୟ ବଳରେ ଆଜିବି ଦର୍ଶକଙ୍କ ମନରେ ରହିଛନ୍ତି।ଅନେକ ସୁପରହିଟ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି।

୧୯୯୩ ମସହାରୁ ଅଭିନୟ ଆରମ୍ଭ କରିଥିବା ସିଦ୍ଧାନ୍ତ ଏବେ ବି ଓଲିଉଡରେ ରାଜ କରୁଛନ୍ତି। ୧୯୬୬, ମେ’ ୪ରେ ଜନ୍ମିତ ସିଦ୍ଧାନ୍ତଙ୍କୁ ବୟସ ହେଲାଣି ୫୪। ହେଲେ ଏବେ ବି ସେ ପୂରା ଫିଟ ଆଉ ଫାଇନ। ଆପଣ ଜାଣିଛନ୍ତି କି ଅଭିନେତା ସିଦ୍ଧାନ୍ତଙ୍କ ଫିଟନେସର ରାଜ କ’ଣ?

ଓଡ଼ିଶାଲାଇଭ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସିଦ୍ଧାନ୍ତ ତାଙ୍କ ଫିଟନେସ୍‌ ସିକ୍ରେଟର ଖୁଲାସା କରିଥିଲେ। ସାଇକ୍ଲିଙ୍ଗ ଯୋଗୁଁ ନିଜକୁ ଫିଟ ରଖିଛନ୍ତି ବୋଲି କହିଥିଲେ ସିଦ୍ଧାନ୍ତ। ସାଇକେଲ ଚଲାଇବାକୁ ସିଦ୍ଧାନ୍ତ ଖୁବ ପସନ୍ଦ କରନ୍ତି।

ତେବେ କେବଳ ଫିଟନେସ କଥା ନୁହେଁ ଏହି ସାକ୍ଷାତକାରେ ସେ ତାଙ୍କ ଜୀବନ ସହ ଜଡ଼ିତ ଆହୁରି ଅନେକ ପ୍ରସଙ୍ଗ ମଧ୍ୟ କହିଥିଲେ। ତାଙ୍କ ମା’ ତାଙ୍କ ଜୀବନର ଆଦର୍ଶ ବୋଲି ସେ କହିଥିଲେ। ସେହିପରି ଅଭିନୟରେ ତାଙ୍କ ଅନ୍ତରଆତ୍ମା ହିଁ ତାଙ୍କ ଆଦର୍ଶ ବୋଲି ସେ କହିଥିଲେ।

Comment