ଓଡ଼ିଶାଲାଇଭ୍ ବ୍ୟୁରୋ
ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(SEBI)ର ବିଭିନ୍ନ ଷ୍ଟ୍ରିମ୍ରେ ୧୪୭ଟି ଆସିଷ୍ଟାଣ୍ଟ ମ୍ୟାନେଜର (ଅଫିସର ଗ୍ରେଡ୍-ଏ) ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ମେ’ ୩୧ ଯାଏଁ ଆବେଦନ କରିପାରିବେ।
ପଦବୀ ଓ ସଂଖ୍ୟା
ଆସିଷ୍ଟାଣ୍ଟ ମ୍ୟାନେଜର – ୧୪୭ଟି ପଦବୀ
- ଜେନେରାଲ – ୮୦
- ଲିଗାଲ – ୩୪
- ଇନ୍ଫରମେସନ ଟେକ୍ନୋଲୋଜି – ୨୨
- ଇଞ୍ଜିନିୟରିଂ (ସିଭିଲ) – ୧
- ଇଞ୍ଜିନିୟରିଂ (ଇଲେକ୍ଟ୍ରିଲା) – ୪
- ରିସର୍ଚ୍ଚ – ୫
- ଅଫିସିଆଲ ଲାଙ୍ଗୁଏଜ୍ – ୧
ବୟସ
ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
- ଆସିଷ୍ଟାଣ୍ଟ ମ୍ୟାନେଜର (ଜେନେରାଲ)
ପ୍ରାର୍ଥୀ ମାଷ୍ଟର ଡିଗ୍ୟୀ ହାସଲ କରିଥିବା ଆବଶ୍ୟକ। ସେହିପରି କୌଣସି ସ୍ୱୀକୃତିପ୍ରାର୍ଥୀ ବିଶ୍ୱବିଦ୍ୟାଳୟରୁ ଲ’, ଇଞ୍ଜିନିୟରିଂରେ ବ୍ୟାଚଲର ଡିଗ୍ରୀ କରିଥିବେ ଏବଂ ସିଏ/ସିଏଫ୍ଏ/ସିଏସ୍/କଷ୍ଟ୍ ଆକାଉଣ୍ଟାଣ୍ଟ କରିଥିବା ଆବଶ୍ୟକ।
- ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ)
ସ୍ୱୀକୃତିପ୍ରାର୍ଥୀ ବିଶ୍ୱବିଦ୍ୟାଳୟରୁ ଲ’ରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବେ ପ୍ରାର୍ଥୀ ଆବେଦନ କରିବେ।
- ଆସିଷ୍ଟାଣ୍ଟ ମ୍ୟାନେଜର (ଇନ୍ଫରମେସନ ଟେକ୍ନୋଲୋଜି)
ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ (ଇଲେକ୍ଟ୍ରିକ୍/ ଇଲେକ୍ଟ୍ରୋନିକ୍ସ / ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ / ସୂଚନା ପ୍ରଯୁକ୍ତିବିଦ୍ୟା/କମ୍ପ୍ୟୁଟର ସାଇନ୍ସ) କିମ୍ବା କମ୍ପ୍ୟୁଟର ଆପ୍ଲିକେସନରେ ମାଷ୍ଟର ଡିଗ୍ରୀ କରିଥିବେ। କିମ୍ବା
କମ୍ପ୍ୟୁଟର/ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିରେ ପୋଷ୍ଟ୍ ଗ୍ରାଜୁଏଟ୍ ଯୋଗ୍ୟତା (ସର୍ବନିମ୍ନ ୨ ବର୍ଷ ଅବଧି) ସହିତ ଯେକ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀହାସଲ କରିଥିବେ।
- ଆସିଷ୍ଟାଣ୍ଟ ମ୍ୟାନେଜର (ସିଭିଲ ଇଞ୍ଜିନିୟରିଂ)
ପ୍ରାର୍ଥୀ ସିଭିଲ ଇଞ୍ଜିନିୟରିଂରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
- ଆସିଷ୍ଟାଣ୍ଟ ମ୍ୟାନେଜର (ଇଲେକ୍ଟ୍ରିଲା ଇଞ୍ଜିନିୟରିଂ)
ପ୍ରାର୍ଥୀ ଇଲେକ୍ଟ୍ରିଲା ଇଞ୍ଜିନିୟରିଂରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
- ଆସିଷ୍ଟାଣ୍ଟ ମ୍ୟାନେଜର (ରିସର୍ଚ୍ଚ)
ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଷ୍ଟାଟିଷ୍ଟିକ୍ସ/ ଅର୍ଥନୀତି/ ବାଣିଜ୍ୟ/ ବିଜିନେସ ଆଡମିନିଷ୍ଟ୍ରେସନ (ଫାଇନାନ୍ସ)/ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
- ଆସିଷ୍ଟାଣ୍ଟ ମ୍ୟାନେଜର (ଅଫିସିଆଲ ଲାଙ୍ଗୁଏଜ୍)
ହିନ୍ଦୀରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ ଏବଂ ବ୍ୟାଚର ଡିଗ୍ରୀରେ ଇଂରାଜୀକୁ କୌଣସି ଏକ ବିଷୟ ଭାବେ ନେଇଥିବେ।
ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ/ ଇଂରାଜୀ/ଅର୍ଥନୀତି/ବାଣିଜ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ। ବ୍ୟାଚଲର ଡିଗ୍ରୀରେ ହିନ୍ଦୀ ବିଷୟ ରଖିଥିବା ଦରକାର।
ଜରୁରୀ ତାରିଖ
- ଆବେଦନ ଆରମ୍ଭ – ୭ ମାର୍ଚ୍ଚ ୨୦୨୦
- ଆବେଦନ ଶେଷ – ମେ’ ୩୧ ୨୦୨୦
ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କିଙ୍ଗ୍ ରିକ୍ରୁଇଟ୍ମେଣ୍ଟ ବୋର୍ଡ ଆଇବିପିଏସ୍ର ୱେବ୍ସାଇଟ୍ ଯାଇ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ। https://ibpsonline.ibps.in/
Source- www.chakiri.plus