ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ଏବେ ଜଗତସିଂହପୁର ଜିଲ୍ଲା ଛୁଇଁଛି। ଏକାଥରକେ ୪ କରୋନା ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଜଗତସିଂହପୁରର ଚାରି ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ରେ ପହଞ୍ଚିଛି। ପୂର୍ବରୁ ଖୋର୍ଦ୍ଧା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରାଜ୍ୟ ବାହାରୁ ଓଡ଼ିଆ ଫେରିବା ପରେ ଗଞ୍ଜାମ ଜିଲ୍ଲାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଜଗତସିଂହପୁର ଜିଲ୍ଲା ଏଥିରେ ଯୋଡ଼ି ହୋଇଛି।

ଜଗତସିଂହପୁର ଜିଲ୍ଲାରେ ଆଜି ଯାଏଁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ସୁରକ୍ଷିତ ଜୋନ୍‌ରେ ରହିଥିଲା ଜଗତସିଂହପୁର। ହେଲେ ଆଜି ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି।

ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସୁସ୍ଥ ହୋଇଯାଇଥିବାରୁ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ଥିଲା। ହେଲେ ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment