ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ର ପ୍ରଦେଶର ଆର୍‌ଆର୍‌ ଭେଙ୍କଟପୁରମ୍‌ ଗାଁରେ ବଡ଼ ଧରଣର ଅଘଟଣ। ଏଲଜି ପଲିମର କେମିକାଲ ପ୍ଲାଣ୍ଟରୁ ଗ୍ୟାସ ଲିକ୍‌ ହୋଇଛି। ଏଥିରେ ଜଣେ ଶିଶୁ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ଶତାଧିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଏସ୍‌ଡିଆରଏଫ୍‌, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନୀଶମ ବାହିନୀ ଲାଗିଛନ୍ତି।

ଅସୁସ୍ଥଙ୍କ ମଧ୍ୟରେ ଅଧିକ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି। ଜୀବନ ବିକଳରେ କିଛି ଲୋକ କୂଅକୁ ମଧ୍ୟ ଡେଇଁ ପଡ଼ିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଗ୍ୟାସ ଲିକ୍‌ର କାରଣ ଅସ୍ପଷ୍ଟ ରହିଛି। ଆଗକୁ ମୃତାହତଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଯିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଏହାସହ ଗୃହମନ୍ତ୍ରାଳୟ ଏନ୍‌ଡିଆର୍‌ଏମ୍‌ ସହ କିଛି ସମୟ ପରେ ଏନେଇ ଜରୁରୀ ବୈଠକ କରିବେ।

ଗୁରୁବାର ସକାଳେ ଆର୍‌ଆର୍‌ ଭେଙ୍କଟାପୁରମ୍‌ରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନିରୁ ଏକ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକ ହୋଇଥିଲା। ଏହି ବିଷାକ୍ତ ଗ୍ୟାସ ଯୋଗୁଁ କାରଖାନାର ତିନି କିଲୋମିଟର ପ୍ରଭାବିତ ହୋଇଛି। ପାଞ୍ଚଟି ଗାଁକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି। ଶତାଧିକ ଲୋକଙ୍କ ମୁଣ୍ଡବିନ୍ଧା, ବାନ୍ତି ଏବଂ ଶ୍ୱାସ ନେବାରେ ଅସୁବିଧା ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment