ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟାଙ୍କିଂ‌ ହେଉ କି ଇଞ୍ଜିନିୟରିଂ ସେକ୍ଟର, ହେଲ୍‌ଥ୍‌ ହେଉ କି ମିଡିଆ ସେକ୍ଟର, ସବୁଠି ଚାକିରି କରିବା ପାଇଁ ଚାଲିଛି ପ୍ରତିଯୋଗିତା। ଏସବୁ ସେକ୍ଟରରେ ଚାକିରି କରିବା ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ଲିଖିତ (ରିଟିନ୍‌) ଏବଂ ମୌଖିକ (ପର୍ସନାଲ ଇଣ୍ଟରଭ୍ୟୁ)ରେ ପାସ୍‌ କରିବାକୁ ପଡ଼ିଥାଏ।

ଲିଖିତ ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ପୂର୍ବରୁ ଅଭ୍ୟାସ କରିଥାନ୍ତି ଏବଂ ପ୍ରଶ୍ନପତ୍ର ଯାହା ଆସେ ତାକୁ ନେଇ ସେମାନେ ଉତ୍ତର ଲେଖିଥାନ୍ତି। କିନ୍ତୁ ପର୍ସନାଲ ଇଣ୍ଟରଭ୍ୟୁ ବେଳେ ଅଧିକାଂଶ ପ୍ରାର୍ଥୀ ହଡବଡ଼ ହୋଇ ଯାଆନ୍ତି। ତେବେ ପର୍ସନାଲ ଇଣ୍ଟଭ୍ୟୁ ବେଳେ ନିଜକୁ କେମିତି ପ୍ରସ୍ତୁତ କରିବେ ଏବଂ ନିଯୁକ୍ତିଦାତାଙ୍କ ପ୍ରଶ୍ନର କେମିତି ସହଜରେ ଉତ୍ତର ଦେବେ ସେ ସମ୍ପର୍କରେ ଜାଣନ୍ତୁ।

୧: କମ୍ପାନି ଓ ପଦବୀ ବିଷୟରେ ପ୍ରଥମେ ଜାଣନ୍ତୁ

ପ୍ରଥମେ ଆପଣ କେଉଁ କମ୍ପାନିରେ କେଉଁ ପଦବୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ସେ ବିଷୟରେ ପୂର୍ବରୁ ବିଶେଷ ତର୍ଜମା କରନ୍ତୁ। କମ୍ପାନିର ପୂର୍ବ ଇତିହାସ ବିଷୟରେ ଜାଣନ୍ତୁ। କାରଣ ନିଯୁକ୍ତିଦାତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଏହା ସାହାଯ୍ୟ କରିଥାଏ। କମ୍ପାନି ବିଷୟରେ ସମସ୍ତ ତଥ୍ୟ ଆପଣ ଏହାର ଓ୍ଵେବ୍‌ସାଇଟ୍‌ରୁ ପାଇପାରିବେ।

୨: ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ 

ଇଣ୍ଟରଭ୍ୟୁ ପାଇଁ ପ୍ରଯୁଜ୍ୟ ପୋଷାକ ପିନ୍ଧନ୍ତୁ। ସାମାନ୍ୟ ହସହସ ମୁହଁରେ ଇଣ୍ଟରଭ୍ୟୁ ରୁମ୍‌କୁ ପ୍ରବେଶ କରନ୍ତୁ। ବସିବା ପୂର୍ବରୁ ଉପସ୍ଥିତ ସମସ୍ତ ଅତିଥିଙ୍କ ସହ କରମର୍ଦ୍ଦନ କରନ୍ତୁ। ନିଯୁକ୍ତିଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ମୁହାଁମୁହିଁ କଥାବାର୍ତ୍ତା କରନ୍ତୁ। ନିଜ ବ୍ୟବହାରରେ ଶାଳୀନତା ରକ୍ଷା କରନ୍ତୁ।

walk in

୩: ଆବେଦନ କରିଥିବା ପଦବୀ ପାଇଁ ଉତ୍ସାହ ଦେଖାନ୍ତୁ

ଅଧିକାଂଶ ସମୟରେ ଇଣ୍ଟରଭ୍ୟୁ ହେଉଥିବା ପଦବୀ ପାଇଁ ଆପଣ କେତେ ଉତ୍ସାହିତ, ଏଥିପାଇଁ ଆପଣ କେତେ ସମୟରେ କିଭଳି ଭାବରେ ପ୍ରସ୍ତୁତି କରିଛନ୍ତି, ନିଯୁକ୍ତିଦାତା ଏହା ଜାଣିବାକୁ ପସନ୍ଦ କରନ୍ତି। କିନ୍ତୁ ଆବଶ୍ୟକ ସମୟରେ ଆବଶ୍ୟକ ପରିମାଣରେ ଏହି ଉତ୍ସାହ ଦେଖାନ୍ତୁ, କାରଣ ଇଣ୍ଟରଭ୍ୟୁ ସମୟରେ ଆବଶ୍ୟକତା ଠାରୁ ଯେକୌଣସି ବିଷୟରେ ଅଧିକ ପ୍ରଦର୍ଶନ ବିଫଳତାର କାରଣ ହୋଇଥାଏ।

୪: କଥା କହିବାର ଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ

ନିଯୁକ୍ତିଦାତାଙ୍କ ସମସ୍ତ ପ୍ରଶ୍ନର ସିଧାସଳଖ ଉତ୍ତର ଦେବା ପାଇଁ ଚେଷ୍ଟା କରନ୍ତୁ କିମ୍ବା ଜାଣି ନ ଥିଲେ ମଧ୍ୟ ବିନମ୍ର ଭାବେ ମନା କରନ୍ତୁ। ନିଜର ଉତ୍ତରକୁ ଆବଶ୍ୟକୀୟ ଶବ୍ଦ ମଧ୍ୟରେ ସୀମିତ ରଖନ୍ତୁ, ଅନାବଶ୍ୟକ ବିଷୟକୁ ନିଜ ଉତ୍ତର ମଧ୍ୟକୁ ଆଣନ୍ତୁ ନାହିଁ।

walk in

୫: ଅଧିକ ଆତ୍ମବିଶ୍ଵାସ ନରଖିବା ଭଲ

ପର୍ସନାଲ ଇଣ୍ଟରଭ୍ୟୁ ବେଳେ ମନରେ ଆତ୍ମବିଶ୍ୱାସ ରଖିବା ଦରକାର। ହେଲେ ଅଧିକ ଆତ୍ମବିଶ୍ୱାସ ଠିକ୍‌ ନୁହେଁ। ଆତ୍ମବିଶ୍ୱାସ ରହିଲେ ସବୁ ପ୍ରଶ୍ନର ଉତ୍ତର ଠିକ୍‌ଠାକ୍‌ ଦେଇ ହୁଏ। ହେଲେ ଅଧିକ ଆତ୍ମବିଶ୍ଵାସୀ ହୋଇଗଲେ ଉତ୍ତର ଭୁଲ୍‌ ହୋଇଯିବାର ବହୁତ ଆଶଙ୍କା ରହିଛି। ଏଣୁ ଇଣ୍ଟରଭ୍ୟୁ ପୂର୍ବରୁ ଏଥିପ୍ରତି ସଚେତନ ହେବା ଦରକାର।

୬: ଉପସ୍ଥିତ ବୁଦ୍ଧିର ସଦୁପଯୋଗ କରନ୍ତୁ

ଇଣ୍ଟରଭ୍ୟୁରେ ନିଯୁକ୍ତିଦାତା ପଚାରୁଥିବା ପ୍ରଶ୍ନ ଆପଣଙ୍କ ପ୍ରସ୍ତୁତି ବାହାରେ ହେବାର ସଂପୂର୍ଣ୍ଣ ସମ୍ଭାବନା ଥାଏ। ଏହି ସମୟରେ ଆପଣ ନିଜର ଉପସ୍ଥିତ ବୁଦ୍ଧି ଏବଂ ସାଧାରଣ ଜ୍ଞାନ ବ୍ୟବହାର କରି ନିଜର ଉତ୍ତର ମାଧ୍ୟମରେ ନିଯୁକ୍ତିଦାତାଙ୍କୁ ଖୁସି କରାଇପାରିବେ।

ସବୁ କ୍ଷେତ୍ରରେ ଜ୍ଞାନ ହାସଲ କରିବା ସହ ଇଣ୍ଟରଭ୍ୟୁ ଦିନ ଆପଣ ନିଜକୁ କିପରି ଉପସ୍ଥାପିତ କରୁଛନ୍ତି, ଏହା ଏକ ଗୁରପତ୍ଵପୂର୍ଣ୍ଣ ଭୂମିକା ବହନ କରେ। ତେଣୁ ଏହି ସବୁ ଦିଗପ୍ରତି ସଜାଗ ରହିଲେ ସଫଳତା ପାଇବା ଆପଣଙ୍କ ପାଇଁ ସହଜ ହୋଇପାରେ।

Source- www.chakiri.plus

Comment