ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଲା ଚତୁର୍ଥ ସପ୍ତାହର (୨୩ରୁ ୨୯, ଏପ୍ରିଲ୍୨୦୨୦) ଫଳାଫଳ, ଦେଖନ୍ତୁ ତାଲିକା

ମହାମାରୀ କରୋନା ସଂକ୍ରମଣର ଭୟ ଏବଂ ଲକ୍‌ଡାଉନ୍ ସମୟରେ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ଆରମ୍ଭ ହୋଇଥିବା ‘ମୋ ପ୍ରତିଭା’ କାର୍ଯ୍ୟକ୍ରମର ଚତୁର୍ଥ ସପ୍ତାହର (୨୩ରୁ ୨୯, ଏପ୍ରିଲ୍‌ ୨୦୨୦) ଫଳାଫଳ ପ୍ରକାଶ ପାଇଛି। ଆସନ୍ତୁ ସଫଳ ପ୍ରତିଯୋଗୀମାନଙ୍କ ନାମ ତାଲିକା ଉପରେ ଏକ ନଜର ପକାଇବା।

ଚିତ୍ରକଳା ପ୍ରତିଯୋଗିତା

୧୦ ବୟସ ବର୍ଗ: ଧନଞ୍ଜୟ ସାହୁ, ଖୋର୍ଦ୍ଧା (ପ୍ରଥମ)। ଶିଖା ଡେକା, ଜଗତ୍‌ସିଂହପୁର (ଦ୍ଵିତୀୟ)। ଋତୁପର୍ଣ୍ଣା ସିଂହ, ଖୋର୍ଦ୍ଧା (ତୃତୀୟ)।

୧୧୧୫ ବୟସ ବର୍ଗ: ଶ୍ରେୟା ମିଶ୍ର, କଟକ (ପ୍ରଥମ)। ବୈଭବ ମୋହନ ଦାସ, କଟକ ଏବଂ ଅଜୟ ଅଂଶୁପ୍ରଭା, କଟକ (ଦ୍ଵିତୀୟ)। ଜ୍ଞାନେନ୍ଦ୍ର ବେହେରା, ଢେଙ୍କାନାଳ ଏବଂ ଅନନ୍ୟା ଅନ୍ଵେଷା ମିଶ୍ର, ଢେଙ୍କାନାଳ (ତୃତୀୟ)।

୧୬୧୮ ବୟସ ବର୍ଗ: ଭାଗ୍ୟଶ୍ରୀ ଶତପଥୀ, କଟକ (ପ୍ରଥମ)। ମିଲି ଭୂମିଜ, ସୁନ୍ଦରଗଡ଼ (ଦ୍ଵିତୀୟ)। ସ୍ଥିତିପ୍ରଜ୍ଞା ମହାନ୍ତି, କେନ୍ଦୁଝର (ତୃତୀୟ)। ଅବନ୍ତିକା ବାନାର୍ଜୀ, କୋଲକାତା (ସ୍ପେଶାଲ୍ ମେନସନ)।

କବିତା ପ୍ରତିଯୋଗିତା (ଓଡ଼ିଆ)

୧୦ ବୟସ ବର୍ଗ: ପ୍ରତୀକ୍ଷା ପଣ୍ଡା, ବାଲେଶ୍ଵର (ପ୍ରଥମ)। ସୁସ୍ମିତା ପାଣିଗ୍ରାହୀ, ଖୋର୍ଦ୍ଧା (ଦ୍ଵିତୀୟ)। ଭୂମିକା ପ୍ରିୟଦର୍ଶିନୀ, ବରଗଡ଼ (ତୃତୀୟ)।

୧୧୧୫ ବୟସ ବର୍ଗ: ଆଶୀର୍ବାଦ ବେହେରା, ଭୁବନେଶ୍ଵର (ପ୍ରଥମ)। ପ୍ରକୃତି ସାହୁ, କଟକ (ଦ୍ଵିତୀୟ)। ସାଇ- ସ୍ଵପ୍ନା, କଟକ (ତୃତୀୟ)।

୧୬୧୮ ବୟସ ବର୍ଗ: ଅନୁରାଗ ଜେନା, ଭଦ୍ରକ (ପ୍ରଥମ)। ସୌମ୍ୟରଞ୍ଜନ ଦୀକ୍ଷିତ, କଟକ (ଦ୍ଵିତୀୟ)। ରାଧାମଣି ହେମ୍ବ୍ରମ୍, ଖୋର୍ଦ୍ଧା (ତୃତୀୟ)।

କ୍ଷୁଦ୍ର ଗଳ୍ପ ପ୍ରତିଯୋଗିତା (ଓଡ଼ିଆ)

୧୧୧୫ ବୟସ ବର୍ଗ: ଶୁଭମ୍ ପ୍ରଧାନ, ଭୁବନେଶ୍ଵର (ପ୍ରଥମ)। ଇପ୍‌ସିତା ଖିଲାର, ଭୁବନେଶ୍ଵର (ଦ୍ଵିତୀୟ)। ଦୀକ୍ଷିତା ବହିଦାର, ଭୁବନେଶ୍ଵର (ତୃତୀୟ)।

୧୬୧୮ ବୟସ ବର୍ଗ: ସ୍ଥିତପ୍ରଜ୍ଞା ପାଣି, ଗଞ୍ଜାମ (ପ୍ରଥମ)। ଓଁ ପ୍ରିୟା ପ୍ରଧାନ, କଟକ, (ଦ୍ଵିତୀୟ)। ବିଭୁପ୍ରସାଦ ତ୍ରିପାଠୀ, ଗଞ୍ଜାମ (ତୃତୀୟ)।

ମୋ ପ୍ରତିଭାକାର୍ଯ୍ୟକ୍ରମ କାହିଁକି?

କରୋନା ମହାମାରୀ ସମୟରେ ପିଲାମାନଙ୍କୁ ସର୍ଜନାତ୍ମକ କାର୍ଯ୍ୟକ୍ରମ ସହ ଜଡ଼ିତ ରଖିବା ଲକ୍ଷ୍ୟରେ କିଛିଦିନ ତଳେ ଆରମ୍ଭ ହୋଇଛି ‘ମୋ ପ୍ରତିଭା’ ପ୍ରତିଯୋଗିତା। କୋମଳମତି ଶିଶୁ ତଥା କିଶୋରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଓଡ଼ିଶା ସରକାରଙ୍କର କ୍ରୀଡ଼ା ଓ ଯୁବସେବା ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗ ତଥା ୟୁନିସେଫ୍‌ର ମିଳିତ ଉଦ୍ୟମରେ ଏହି ଗଠନମୂଳକ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କ୍ଷେତ୍ରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମଧ୍ୟ ସହଯୋଗର ହାତ ବଢ଼ାଇଛି।

୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କବିତା ରଚନା ଏବଂ ଗଳ୍ପ ରଚନା ଭଳି ପ୍ରତିଯୋଗିତା ଆୟୋଜନ କରାଯିବା ଫଳରେ ଲକ୍‌ଡାଉନ୍‌ ସମୟରେ ଘର ଭିତରେ ଆବଦ୍ଧ ରହି ଉଦାସ ହୋଇ ଯାଉଥିବା ପିଲାଙ୍କ ମୁହଁରେ ହସ ଫୁଟିପାରିଛି।

ଏହି ଅନ୍‌ଲାଇନ୍ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପ୍ରତିଯୋଗୀ ଅଂଶଗ୍ରହଣ କରି ମୋ ପ୍ରତିଭା କାର୍ଯ୍ୟକ୍ରମକୁ ସଫଳ କରିପାରିଛନ୍ତି। ସେମାନଙ୍କ ପାଖରୁ ୧୦ ହଜାରରୁ ଅଧିକ ସଂଖ୍ୟକ ସୃଜନଶୀଳ କୃତୀ, ଯେପରିକି ଚିତ୍ରକଳା, ପୋଷ୍ଟର, ସ୍ଳୋଗାନ୍, କ୍ଷୁଦ୍ରଗଳ୍ପ ଓ କବିତା ଆଦି ସରକାରଙ୍କ ପାଖରେ ପହଞ୍ଚିଛି।

ଏହି ପ୍ରତିଯୋଗିତାକୁ ତିନୋଟି ବିଷୟରେ ବିଭକ୍ତ କରାଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ ୫ରୁ ୧୦ ବର୍ଷ, ୧୧ରୁ ୧୫ ବର୍ଷ ଏବଂ ୧୬ରୁ ୧୮ ବର୍ଷ – ଏହିପରି ତିନୋଟି ବର୍ଗ ରହିଛି। ତା’ ସାଙ୍ଗକୁ ସ୍ପେଶାଲ୍ ମେନସନ୍ ବର୍ଗ ମଧ୍ୟ ରଖାଯାଇଛି। ସେହିପରି କବିତା ରଚନା (ଓଡ଼ିଆ) ବିଷୟରେ ୫ରୁ ୧୦, ୧୧ରୁ ୧୫ ଏବଂ ୧୬ରୁ ୧୮ – ଏହିପରି ବୟସ ଅନୁସାରେ ତିନୋଟି ବର୍ଗ ରଖାଯାଇଛି। କ୍ଷୁଦ୍ରଗଳ୍ପ ରଚନା (ଓଡ଼ିଆ) ବିଷୟରେ ଦୁଇଟି ବର୍ଗ ରଖାଯାଇଛି। ସେଗୁଡ଼ିକ ହେଲା ୧୧ରୁ ୧୫ ବର୍ଷ ଏବଂ ୧୬ରୁ ୧୮ ବର୍ଷ।

‘ମୋ ପ୍ରତିଭା’ କାର୍ଯ୍ୟକ୍ରମ ଅଧୀନରେ ପ୍ରତିଯୋଗୀମାନଙ୍କୁ ମୁଖ୍ୟତଃ ଦୁଇଟି ବିଷୟ ଦିଆଯାଇଥିଲା। ସେଗୁଡ଼ିକ ହେଲା ‘ଲକଡାଉନରେ ଘରେ ରହିବାର ଅନୁଭବ’ ଏବଂ ‘ଜଣେ ଯୁବ ନାଗରିକ ଭାବେ କରୋନା ସମୟରେ ମୋର କର୍ତ୍ତବ୍ୟ’। ଏହି ପ୍ରତିଯୋଗିତାରେ ରାଜ୍ୟର କୋଣ ଅନୁକୋଣରୁ ଉତ୍ସାହର ସହ ବହୁ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଆସୁଛନ୍ତି। ବର୍ତ୍ତମାନ କୋଭିଡ୍ ଯୋଦ୍ଧା ଭାବେ କାର୍ଯ୍ୟରତ ଡାକ୍ତର, ପୋଲିସ୍ ଏବଂ ସଫେଇ କର୍ମଚାରୀଙ୍କ ନିସ୍ଵାର୍ଥପର ସେବା ଆଦି କଥା ଏହି ସାନ ସାନ ପିଲାଙ୍କ ସର୍ଜନାତ୍ମକ ମନ ଓ ତୂଳୀରେ ବେଶ୍ ସୁନ୍ଦର ଭାବେ ଉପସ୍ଥାପିତ ହୋଇପାରିଛି।

ମୁଁ କେମିତି ଭାଗ ନେବି?

ଏହି ପ୍ରତିଯୋଗିତାରେ ୫ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ କିଶୋର କିଶୋରୀମାନେ ଭାଗ ନେଇପାରିବେ। ପ୍ରତିଯୋଗୀମାନେ ସେମାନଙ୍କ ନିଜସ୍ଵ କୃତୀକୁ ୭୬୫୭୦୩୯୮୯୧ ହ୍ଵାଟସଆପ୍ ନମ୍ବରରେ ପଠାଇପାରିବେ। ସେହିପରି ପ୍ରତିଯୋଗୀମାନେ info@sportsodisha.gov.in ଇମେଲ୍ ଆଇଡିକୁ ମଧ୍ୟ ପଠାଇ ପାରିବେ।

ମୋ ପ୍ରତିଭା ପ୍ରତିଯୋଗିତା ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ପ୍ରତିଯୋଗୀ ତଥା ସେମାନଙ୍କ ଅଭିଭାବକମାନେ www.sportsodisha.gov.in କିମ୍ବା www.wcdodisha.gov.in ୱେବସାଇଟକୁ ଯାଇପାରିବେ।

Comment