ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ କାମ। ଆଜି ପ୍ରଥମ ଦିନରେ ତୁମ୍ଵ ନିର୍ମାଣ କାମ ଆରମ୍ଭ ହୋଇଛି। ବିଶ୍ଵକର୍ମାଙ୍କ ଉପସ୍ଥିତିରେ ରଥ କାମ କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ପରେ ରଥ କାମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ।

ଗୁରୁବାର ସନ୍ଧ୍ୟାରେ ୩ ମୁଖ୍ୟ ମହାରାଣ ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ବୌଠକ ହୋଇଥିଲା। ଏଥିରେ ରଥ ନିର୍ମାଣ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ରଥ ନିର୍ମାଣ ବେଳେ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ କିପରି ପାଳନ ହେବ ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଇଛି।

ଲକ୍‌ଡାଉନ୍‌ ବେଳେ ରଥ ନିର୍ମାଣ ହେବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ଗତକାଲି କେନ୍ଦ୍ର ସରକାରଙ୍କ ଅନୁମତି ମାଗିଥିଲେ। ହେଲେ କେନ୍ଦ୍ର ସରକାର ରଥ ନିର୍ମାଣକୁ ଅନୁମତି ଦେଇଥିବା ବେଳେ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। ଏବେ ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେବା ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ। ହେଲେ ଲକ୍‌ଡାଉନ୍‌ ନିୟମ ପାଇଁ ଏଥର ରଥଖଳାରେ ରଥକାଠ ଅନୁକୂଳ ହୋଇ ନଥିଲା। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ରଥକାଠ ଶ୍ରୀମନ୍ଦିର ଭିତରେ ଅନୁକୂଳ ହୋଇଥିଲା।

Comment