ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆର ଏଭଳି ଏକ ସହର ଅଛି ଯେଉଁଠି କେବେ ବି ବର୍ଷା ହୁଏ ନାହିଁ। ଆପଣ ଏହି ଜାଗାକୁ କୌଣସି ମରୁଭୂମି ବୋଲି ଭାବୁଥିବେ। କିନ୍ତୁ ଏହା ପୂରାପୂରି ଭୁଲ, ଏହି ଜାଗାଟି ଏକ ସହର ଏବଂ ଏଠାରେ ଲୋକମାନେ ସାଧାରଣ ଜୀବନ ଅତିବାହିତ କରିଥାନ୍ତି।

ଏହି ସହରର ନାଁ ହେଉଛି ଅଲ ହୁତୈବ। ଏହା ୟେମେନ ଦେଶରେ ଥିବା ଏକ ଛୋଟ ସହର। ସମୁଦ୍ର ପତ୍ତନଠାରୁ ୩ ହଜାର ୨ଶହ ମିଟର ଉଚ୍ଚରେ ଥିବା ଏହି ସହର ଦେଖିବାକୁ ଖୁବ ସୁନ୍ଦର। ଯେଉଁ କାରଣରୁ ପ୍ରତିବର୍ଷ ଏଠାକୁ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଏଠାକାର ମନୋରମ ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ।

ସମୁଦ୍ର ପତ୍ତନରୁ ଅଧିକ ଉଚ୍ଚରେ ଥିବା ହେତୁ ଏଠାରେ କଦାପି ବର୍ଷା ହୁଏ ନାହିଁ। ଗ୍ରୀଷ୍ମ ଦିନେ ଏଠାରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ଶୀତ ଦିନେ ମଧ୍ୟ ଏଠାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଥାଏ।

Comment