ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁରତରେ ଫସି ରହିଥିବା ଓଡ଼ିଆଙ୍କୁ ନେଇ ଆଜି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ବାହାରିଛି। ଏହି ଟ୍ରେନ୍‌ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବ। ଓଡ଼ିଆ ଶ୍ରମିକମାନେ ଜୟ ଜଗନ୍ନାଥ କହି ଟ୍ରେନ୍‌ରେ ବସିଥିଲେ। ଏହାସହ ସୁରତ ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ରେଲୱେ ଅଧିକାରୀଙ୍କ ଉପରେ ଫୁଲ ପକାଇ ଧନ୍ୟବାଦ ଦେଇଥିଲେ ଓଡ଼ିଆ।

ଆଜି ସନ୍ଧ୍ୟା ୫ଟାରେ ଅହମ୍ମଦବାଦରୁ ଆଉ ଏକ ଟ୍ରେନ୍‌ ଓଡ଼ିଶା ଆସିବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରାଜ୍ୟ ବାହାରୁ କୌଣସି ଓଡ଼ିଆ ଓଡ଼ିଶାକୁ ଆସିପାରିବେ ନାହିଁ। ସେମାନଙ୍କର ପ୍ରଥମେ କରୋନା ଟେଷ୍ଟିଂ ହେବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ ସେମାନଙ୍କୁ ଓଡ଼ିଶା ଆସିବାକୁ ଅନୁମତି ମିଳିବ ବୋଲି ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ସୁରତରୁ ଆସିବାକୁ ଥିବା ୩ଟି ଟ୍ରେନ୍‌ ବାତିଲ କରିଥିଲେ ଓଡ଼ିଶା ସରକାର। ହେଲେ ଗତକାଲି ସୁପ୍ରିମକୋର୍ଟ ହାଇକୋର୍ଟ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ। ବାହାର ରାଜ୍ୟର ଲୋକମାନେ ନିଜ ରାଜ୍ୟକୁ ଫେରିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ପରେ ଆଜି ସୁରତରୁ ଟ୍ରେନ୍‌ ବାହାରିଛି।

Comment