ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ଇତିହାସରେ ଜମ୍ଵୋ ନାଁରେ ଜଣାଶୁଣା ଭାରତୀୟ ସ୍ପିନର ହେଉଛନ୍ତି ଅନିଲ କୁମ୍ଵଲେ। ସେ ତାଙ୍କ କ୍ରିକେଟ ଡେବ୍ୟୁ ୧୯୯୦ ମସିହାରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ। ପରେ ୨୦୧୨ ମସିହାରେ ସେ ଅବସର ନେଇଥିଲେ। ଏହା ମଧ୍ୟରେ କ୍ରିକେଟରେ ସେ ଅନେକ ରେକର୍ଡ ମଧ୍ୟ କରିଛନ୍ତି। ତାଙ୍କର ଏମିତି କିଛି ରେକର୍ଡ ଅଛି ଯାହା ଆଜି ଯାଏଁ କେହି ଭାଙ୍ଗି ନାହାନ୍ତି।

୧- ଟେଷ୍ଟରେ ୫୦୦ରୁ ଅଦିକ ଓ ୨୦୦୦ରୁ ଅଧିକ ରନ୍‌ କରିବାର ରେକର୍ଡ ଦୁଇ ଜଣ ଖେଳାଳିଙ୍କ ନାଁରେ ରହିଛି। ପ୍ରଥ ହେଉଛନ୍ତି ଅଷ୍ଟ୍ରେଲିଆର ସେନ୍‌ ଓ୍ଵାର୍ଣ୍ଣ ଓ ଦ୍ଵିତୀୟରେ ଅନିଲ କୁମ୍ଵଲେ। ବର୍ତ୍ତମାନ ଅଶ୍ଵିନୀ ହିଁ ଏକମାତ୍ର ଖେଳାଳି ଯିଏ କୁମ୍ଵଲେଙ୍କ ଏହି ରେକର୍ଡ ଭାଙ୍ଗିବାକୁ ସକ୍ଷମ।

୨- କୁମ୍ଵଲେ ଟେଷ୍ଟରେ ଗୋଟିଏ ଇଂନିସରେ ୧୦ଟି ଓ୍ଵିକେଟ ନେଇଥିବା ଏକମାତ୍ର ଭାରତୀୟ। ଏହି ରେକର୍ଡ ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷରେ ସେ କରିଥିଲେ। ଏହାକୁ ଆଜି ଯାଏଁ କେହି ଭାଙ୍ଗି ନାହାନ୍ତି।

୩- କୁମ୍ଵଲେ ଟେଷ୍ଟରେ ୬୧୯ ଓ୍ଵିକେଟ ନେଇଛନ୍ତି, ଯାହାକି ଟେଷ୍ଟରେ ବର୍ତ୍ତମାନ ସର୍ବାଧିକ ବ୍ୟକ୍ତିଗତ ଓ୍ଵିକେଟ। ଏହାସହ ସେ ସାରା ବିଶ୍ଵରେ ତୃତୀୟରେ ରହିଛନ୍ତି। ତାଙ୍କ ଉପରକୁ ମୁଥୟା ମୁରଲୀ ଧରନ ଓ ସେନଓ୍ଵାର୍ଣ୍ଣ ରହିଛନ୍ତି।

କ୍ରିକେଟ କ୍ୟାରିୟର

କୁମ୍ଵଲେ ନିଜ ଅନ୍ତର୍ଜାତୀ ଦିନିକିଆ ମ୍ୟାଚ ୧୯୯୦ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ସେହିପରି ପ୍ରଥମ ଟେଷ୍ଟ ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଏହି କ୍ୟାରିୟର ମଧ୍ୟରେ ସେ ୧୩୨ ଟେଷ୍ଟ ଖେଳି ୬୧୯ ଓ୍ଵିକେଟ ନେଇଥିଲେ। ସେହିପରି ୨୭୧ ଦିନିକିଆରେ ୩୩୭ ଓ୍ଵିକେଟ ନେଇଥିଲେ।

Comment