ଓଡ଼ିଶାଲାଇଭ୍‌ ବ୍ୟୁରୋ

କଦଳୀ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଠିକ୍‌ ସେମିତି କଦଳୀ ସେକ୍ ମଧ୍ୟ ଶରୀର ପାଇଁ ହିତ ହୋଇଥାଏ।ଏହା ପାଟିକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ। କଦଳୀ ସେକ୍‌ ଘରେ ପ୍ରସ୍ତତ କରିବା ବି ବହୁତ ସହଜ। ଏଥିପାଇଁ ଆବଶ୍ୟକ ସାମଗ୍ରୀ ବି ଘରେ ଉପଲବ୍ଧ ଥାଏ।

ଆବଶ୍ୟକୀୟ ସାମଗ୍ରୀ:

  • ୬ଟି କଦଳୀ
  • ୫୦୦ଗ୍ରାମ୍‌ କଞ୍ଚାକ୍ଷୀର
  •  ୩ଚାମଚ ଚିନି
  •  ଆଇସ୍‌କ୍ରିମ୍‌
  •  ଚକ୍‌ଲେଟ୍‌ ସେରମ୍‌
  •  କିଛି ବରଫ ଖଣ୍ଡ ଓ କାଜୁ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ୫୦୦ଗ୍ରାମ୍‌ କଞ୍ଚା କ୍ଷୀର, କଦଳୀ ଓ ବରଫ ଖଣ୍ଡକୁ ନେଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ସେଥିରେ କାଜୁ ଓ ୩ଚାମଚ ଚିନିକୁ ମିଶାନ୍ତୁ। ଏହାକୁ ପାଖାପାଖି ୧ରୁ ୨ମିନିଟ୍‌ ପର୍ଯ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ।

ଏବେ ଏହାକୁ ଗୋଟିଏ କାଚ ଗ୍ଲାସ୍‌ରେ ଢ଼ାଳି ଉପରେ ଆଇସ୍କ୍ରିମ୍‌ ରଖି ଚକଲେଟ୍‌ ସେରମ୍‌ରେ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର କୁଲ୍ କୁଲ୍ କଦଳୀ ସେକ୍‌।

Comment