ଓଡ଼ିଶାଲାଇଭ୍ ବ୍ୟୁରୋ

govt jobs

ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ କନସଲଟାଣ୍ଟ ଓ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ସମୁଦାୟ ୨୦ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆବେଦନ ପ୍ରକ୍ରିୟା ମେ ୧୦ ତାରିଖ ଯାଏଁ ଚାଲୁ ରହିବ।

କନସଲଟାଣ୍ଟ FPLMIS (ଗୋଟିଏ ପଦବୀ):

  • ଯୋଗ୍ୟତା- ବି.ଫାର୍ମା/ଏମ୍.ଫାର୍ମା ସହ ବିଜିମେସ୍ ଆଡମିନିଷ୍ଟ୍ରେସନରେ ମେଷ୍ଟର ଡିଗ୍ରୀ ହାସଲ କରିଥିବେ ବା ସମକକ୍ଷକ କୌଣସି ଡିଗ୍ରୀ ହାସଲ କରିଥିବେ। ଜିଲ୍ଲା କିମ୍ବା ରାଜ୍ୟସ୍ତରରେ ଉକ୍ତ ପଦବୀରେ ଅତିକମରେ ୨ ବର୍ଷର ଅଭିଜ୍ଞତା ଥିବ।
  • ବୟସ- ଅତିବେଶୀରେ ୪୫ ବର୍ଷ
  • ଦରମା- ୫୩୪୮୩ ଟଙ୍କା

ଆସିଷ୍ଟାଣ୍ଟ ମ୍ୟାନେଜର (୧୮ଟି ପଦବୀ):

  • ଯୋଗ୍ୟତା-ଲ’ ରେ ଗ୍ରାଜୁଏସନ୍ ପାସ୍ କରିବା ସହ ସୋସିଆଲ ଓ୍ୱାର୍କ/ସୋସିଓଲୋଜି/ସାଇକେଲୋଜି/ଆନ୍ଥ୍ରୋପୋଲୋଜି କିମ୍ବା ସମକକ୍ଷକ କୋର୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ। ପ୍ରାର୍ଥୀ PGDCA/DCA ପାସ୍ କରିଥିବେ।
  • ବୟସ- ଅତିବେଶୀରେ ୪୫ ବର୍ଷ
  • ଦରମା- ୩୪୩୯୯ ଟଙ୍କା

କନସଲଟାଣ୍ଟ, ଫାଇନାନ୍ସ/ପ୍ରୋକ୍ୟୁରମେଣ୍ଟ, IDSP:

  • ଯୋଗ୍ୟତା- ୫୦ ପ୍ରତିଶତ ମାର୍କ ସହ ବି.କମ୍ ପାସ୍ କରିଥିବେ। ଏମ୍.ଏସ୍ ଅଫିସ୍ ଏବଂ ଆକାଉଣ୍ଟିଂ ପ୍ୟାକେଜ୍ (ଟାଲି) ରେ ଦକ୍ଷତା ହାସଲ କରିଥିବେ।
  • ବୟସ- ଅତିବେଶୀରେ ୪୫ ବର୍ଷ
  • ଦରମା- ୨୭୯୫୭ ଟଙ୍କା

NHM

 

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ମେ ୧୦ ତାରିଖ ସୁଦ୍ଧା ଅନଲାଇନ ଆବେଦନ କରିପାରିବେ। ଏହା ପରେ ଆବେଦନପତ୍ର, ନିଜର ସମସ୍ତ ସାର୍ଟିଫିକେଟର ଫଟୋକପିକୁ ମେ ୧୯ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିର୍ କୁହାଯାଇଛି।

ଠିକଣା– ମିଶନ ଡିରେକ୍ଟର (NHM), ଆନେକ୍ସ ବିଲ୍ଡିଂ ଅଫ୍ SIH&FW, ନୟାପଲ୍ଲୀ, ୟୁନିଟ୍-8, ଭୁବନେଶ୍ୱର-751012, ଜିଲ୍ଲା- ଖୋର୍ଦ୍ଧା (ଓଡ଼ିଶା)

ଅଧିକ ସୂଚନା ପାଇଁ nhmodisha.gov.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment