ଓଡ଼ିଶାଲାଇଭ୍ ବ୍ୟୁରୋ

telengana high court

ତେଲେଙ୍ଗାନା ଜୁଡିସିଆଲ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ୮୭ଟି ସିଭିଲ ଜଜ୍‌ ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶରେ କୋଭିଜ୍-୧୯ ର ପ୍ରଭାବ ଯୋଗୁଁ ଏନେଇ ଆବେଦନ ପ୍ରକ୍ରିୟାକୁ ପୁନଃ ଜୁନ୍ ୧୫ ଯାଏଁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ମେ’ ୧୫ ଥିଲା।

ଏହି ୮୭ଟି ପଦବୀ ମଧ୍ୟରୁ ୭୦ଟି ପଦବୀରେ ସିଧାସଳକ ନିଯୁକ୍ତି ହେବା ସହ ଅନ୍ୟ ୧୭ଟି ପଦବୀରେ ବଦଳି ଦ୍ଵାରା ନିଯୁକ୍ତି ଦିଆଯିବ।

  • ଆବେଦନ ଆରମ୍ଭ ତାରିଖ- ୨୦୨୦ ମାର୍ଚ୍ଚ ୧୩
  • ଆବେଦନ ଶେଷ ତାରିଖ- ୨୦୨୦ ଜୁନ୍ ୧୫

ବୟସ ସୀମା– ୩୫ ବର୍ଷ (ଭିନ୍ନକ୍ଷମଙ୍କ ପାଇଁ- ୪୫ ବର୍ଷ)

ଆବେଦନ ଶୁଳ୍କ:

  • ଓସି/ବିସି- ୧୦୦୦ ଟଙ୍କା
  • ଏସ୍‌ସି/ଏସ୍‌ଟି (ତେଲେଙ୍ଗାନା ରାଜ୍ୟର) – ୫୦୦ ଟଙ୍କା
  • ଏସ୍‌ସି/ଏସ୍‌ଟି (ଅନ୍ୟ ରାଜ୍ୟର) – ୧୦୦୦ ଟଙ୍କା

civil judge

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଓ୍ଵେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ବିବରଣୀ ପାଇଁ hc.ts.nic.in ରେ ଲଗ୍‌ଇନ୍‌ କରନ୍ତୁ।

Source- www.chakiri.plus

Comment