ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ (VIMSAR) ରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଷ୍ଟାଫ୍ ନର୍ସ ଏବଂ ଲାବୋରେଟାରୀ ଟେକ୍ନିସିଆନ ପଦବୀ ପାଇଁ ହେବାକୁ ଥିବା ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁକୁ ସ୍ଥଗିତ କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ମେ ୧୧ ତାରିଖ ସୁଦ୍ଧା ଇ ମେଲ୍ ମାଧ୍ୟମରେ ଆବେଦନ କରିପାରିବେ।

  • ଦେଶରେ କୋଭିଡ୍-୧୯ର ମୁକାବିଲା ପାଇଁ ଏହି ନିଯୁକ୍ତି ଦିଆଯିବ।
  • ମେରିଟ୍ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଷ୍ଟାଫ୍ ନର୍ସ:

  • ପଦବୀ ସଂଖ୍ୟା- ୧୧୬
  • ଯୋଗ୍ୟତା- ଅବସରପ୍ରାପ୍ତ ନର୍ସ କିମ୍ବା ଦ୍ୱାଦଶ ପାସ୍ କରିଥିବେ ବା ଜି.ଏନ୍.ଏମରେ ଡିପ୍ଲୋମା କରିଥିବେ ବା ବି.ଏସସି ନର୍ସିଂ କରିଥିବେ।
  • ଦରମା- ୧୦୦୦ ଟଙ୍କା ଦିନ ପିଛା

ଲାବୋରେଟାରୀ ଟେକ୍ନିସିଆନ:

  • ପଦବୀ ସଂଖ୍ୟା- ୧୪
  • ଯୋଗ୍ୟତା- ସରକାରୀ ସଂସ୍ଥାରୁ ଅବସରପ୍ରାପ୍ତ ଲାବୋରେଟାରୀ ଟେକ୍ନିସିଆନ (ଦ୍ୱାଦଶ ପାସ୍ କରିଥିବେ), DMLT ପରୀକ୍ଷା ପାସ୍ କରିଥିବେ।
  •  ଦରମା- ୧୦୦୦ ଟଙ୍କା ଦିନ ପିଛା

VIMSAR

ଆବେଦନ ପ୍ରକ୍ରିୟା- ପ୍ରାର୍ଥୀମାନେ ନିଜର ଆବେଦନପତ୍ର ସହ ସମସ୍ତ ଦରକାରୀ ସାର୍ଟିଫିକେଟ vimsar.suptd20@gmail.com ଆଇ.ଡିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପଠାଇପାରିବେ।

ଅଧିକ ସୂଚନା ପାଇଁ sambalpur.nic.inରେ ଲଗ୍ଇନ୍ କରନ୍ତୁ।

Source- www.chakiri.plus

Comment