ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ଵରର ପ୍ରବାସୀ ଫେରନ୍ତାଙ୍କ ପାଇଁ ବିଏମ୍‌ସିର ପଦକ୍ଷେପ। ପ୍ରବାସୀଙ୍କୁ ଭୁବନେଶ୍ଵରର ୩ଟି ସ୍ଥାନରେ ସ୍ଵାଗତ ସହ ସ୍କ୍ରିନିଂ କରିବ ବିଏମ୍‌ସି। ଭୁବନେଶ୍ଵରର ୩ଟି ପ୍ରବେଶ ପଥ ଖୋର୍ଦ୍ଧା, କଟକ ଓ ପୁରୀ ପଟୁ ଏହି ସ୍କ୍ରିନିଂ କରାଯିବ।

କଟକ ପଟୁ ରସୁଲଗଡ଼ କୋଚିଳେଇ ହାଟ ନିକଟ ଆଶ୍ରମ ସ୍କୁଲରେ ସ୍କ୍ରିନିଂ କରାଯିବ। ସେହିପରି ଖୋର୍ଦ୍ଧା ପଟୁ ଖଣ୍ଡଗିରି ତପୋବନ ସ୍କୁଲରେ ଓ ପୁରୀ ପଟୁ ଉତ୍ତରାଛକ ନିକଟ କୃପାଜଳ ଇଞ୍ଜିନିୟରିଂ କଲେଜରେ ସ୍କ୍ରିନିଂ କରାଯିବ।

ପ୍ରବେଶ ପଥରେ ପହଞ୍ଚି ନିଜକୁ ପଞ୍ଜିକରଣ ମୁକ୍ତ କରିବେ ପ୍ରବାସୀ। ପରେ ଥର୍ମାଲ ସ୍କ୍ରିନିଂ କରାଯିବ ଓ କ୍ଵାରେଣ୍ଟିନ୍‌କୁ ପଠାଯିବ। ଯଦି ପ୍ରବାସୀ ଫେରନ୍ତା ହୋମ୍‌ କ୍ଵାରେଣ୍ଟିନ୍‌ରେ ରହିବେ ତାଙ୍କ ଘର ସାମ୍ନାରେ କ୍ଵାରେଣ୍ଟାନ ଷ୍ଟିକର ଲାଗିବ।

ରାଜ୍ୟରେ ବିଭିନ୍ନ ରାଜ୍ୟରୁ ଦେଶରୁ ଫେରୁଛନ୍ତି ଲୋକ। ତେଣୁ ଏହି ପରିସ୍ଥିତିରେ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏଭଳି ପଦକ୍ଷେପ ନେଇଛି।

Comment