ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଆଜି ଓଡ଼ିଶାର ଆଉ ଦୁଇଟି ନୂଆ ଜିଲ୍ଲାକୁ ଛୁଇଁଛି। ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧରୁ ୩ ଏବଂ ଅନୁଗୁଳରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି।

ପୁରୀ ଜିଲ୍ଲାରୁ ମଧ୍ୟ ଆଜି କରୋନା ଫେରିଛି। ୨ ଜଣ କରୋନା ଆକ୍ରାନ୍ତ ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ୨ ପଶ୍ଚିମବଙ୍ଗ ଫେରନ୍ତାଙ୍କଠାରୁ ଏହି ଭୂତାଣୁ ଠାବ ହୋଇଛି।

ସେହିପରି ଭଦ୍ରକରୁ ଆଉ ୬, ଗଞ୍ଜାମରୁ ୭ ଏବଂ ଯାଜପୁରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁରର ୨ ଜଣ ସୁରତ ଫେରନ୍ତା, ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ଆଉ ୨ ଜଣ ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି।

ଭଦ୍ରକର ୬ ଆକ୍ରାନ୍ତ ମଧ୍ୟ ସୁରତରୁ ଫେରିଥିବା ଜଣାପଡ଼ିଛି। ଗଞ୍ଜାମର ୭ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଯାଜପୁରରେ ମୋଟ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୫୦, ବାଲେଶ୍ୱର ୪୨, ଭଦ୍ରକ ୩୧, ସୁନ୍ଦରଗଡ଼ ୧୩, ଗଞ୍ଜାମ ୧୨୫, ବଲାଙ୍ଗିର ୨, ଝାରସୁଗୁଡ଼ା ୨, କେନ୍ଦୁଝର ୨, କଟକ ୨, କେନ୍ଦ୍ରାପଡ଼ା ୮, କଳାହାଣ୍ଡି ୨, ଦେବଗଡ଼ ୧, କୋରାପୁଟ ୧, ଢେଙ୍କାନାଳ ୧, ପୁରୀ ୩, ଜଗତସିଂହପୁର ୫, ମୟୂରଭଞ୍ଜ ୮, ନୟାଗଡ଼ ୧, ଅନୁଗୁଳ ୧୫, ବୌଦ୍ଧରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment