ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ମହାରାଷ୍ଟ୍ର ପୋଲିସକୁ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ସମର୍ପଣ କଲେ ବଲିଉଡ ସେଲିବ୍ରିଟି।

କରୋନା ଯୁଦ୍ଧରେ ବଲିଉଡ ସେଲିବ୍ରିଟିମାନେ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି। ଏବେ ଏହି ଷ୍ଟାରମାନେ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଯେମିତିକି ଫେସବୁକ୍‌, ଟୁଇଟର, ଇନଷ୍ଟାର ପ୍ରୋଫାଇଲ ଫଟୋ ମହାରାଷ୍ଟ୍ର ପୋଲିସକୁ ସମର୍ପଣ କରିଛନ୍ତି।

ବଲିଉଡ ଅଭିନେତା ସଲମାନ ଖାନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହନ୍ତି। ତାଙ୍କର ପୋଷ୍ଟଗୁଡ଼ିକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ ମଧ୍ୟ କରନ୍ତି। ସମାଜ ସେବା ପାଇଁ ସବୁବେଳେ ସଲମାନ ଆଗେଇ ଆସନ୍ତି। ଏହି କରୋନା ସମୟରେ ବଲିଉଡର ଦବଙ୍ଗ ଖାନ ମହାରାଷ୍ଟ୍ର ପୋଲିସ ପ୍ରତି ନିଜର ଡେଡିକେସନ୍‌ ଦେଖାଇଛନ୍ତି। ଅଭିନେତା ସଲମାନ ଖାନ ତାଙ୍କର ଫେସବୁକ, ଟୁଇଟର ଏବଂ ଇନଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ମହାରାଷ୍ଟ୍ର ପୋଲିସକୁ ସମର୍ପଣ କରିଛନ୍ତି। ସଲମାନଙ୍କ ପ୍ରଶଂସକମାନେ ଏହି ତାଙ୍କର ଏହି ପଦକ୍ଷେପକୁ ବେଶ୍ ପସନ୍ଦ କରିଛନ୍ତି।

କିଙ୍ଗ୍‌ ଖାନ ଶାହରୁଖ ମଧ୍ୟ ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇ ମହାରାଷ୍ଟ୍ର ପୋଲିସର ଲୋଗୋକୁ ପ୍ରୋଫାଇଲ ଫଟୋ ଭାବେ ରଖିଛନ୍ତି।

‘‘ମୁଁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସଙ୍କ ସମେତ ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେଉଛି’’, ଟୁଇଟରେ ଖେିଛନ୍ତି ଶାହରୁଖ।

ସେହିପରି ଅଜୟ ଦେବଗନ୍, ଅକ୍ଷୟ କୁମାର, ୠଚା ଚଢ଼ା ଏବଂ ଅନ୍ୟ କଳାକାରମାନେ ମଧ୍ୟ ସେମାନଙ୍କର ପ୍ରୋଫାଇଲ୍ ଫଟୋ ବଦଳାଇ ମହାରାଷ୍ଟ୍ର ପୋଲିସର ଲୋଗୋ ରଖିଛନ୍ତି।

Comment