ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ ସମୟରେ ଅଯଥାରେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ହୁଅନ୍ତୁ ପ୍ରସ୍ତୁତ।

ଆଜିକାଲି କ୍ୟାରିୟରକୁ ନେଇ ପିଲାମାନେ ଯେତିକି ସଚେତନ ହେଲେଣି ସେହି ଅନୁସାରେ ନିଯୁକ୍ତି କ୍ଷେତ୍ରରେ ପ୍ରତିଯୋଗିତା ମଧ୍ୟ ବଢ଼ିବାରେ ଲାଗିଛି। ସରକାରୀ ଚାକିରି ହେଉ କି ବ୍ୟାଙ୍କିଂ ଚାକିରି ସମସ୍ତେ ବର୍ତ୍ତମାନ ଯେତେ ସମ୍ଭବ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଅନେକ କ୍ଷେତ୍ରରେ ଦେଖାଯାଇଛି ଅଧିକାଂଶ ପ୍ରାର୍ଥୀ କୋଚିଂ ସେଣ୍ଟରର ସାହାରା ନେଇଥାନ୍ତି। ତେବେ ଘରେ ରହି ମଧ୍ୟ ଆପଣ ଯେକୌଣସି ବିଭାଗରେ ନିଯୁକ୍ତି କିମ୍ବା ପରୀକ୍ଷା ପାଇଁ  ନିଜକୁ ପ୍ରସ୍ତୁତ କରିପାରିବେ।

studying at home

ସାରା ବିଶ୍ୱରେ ବର୍ତ୍ତମାନ କୋଭିଡ୍-19 ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି। କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ପ୍ରାୟ ସମସ୍ତ ସରକାରୀ, ବେସରକାରୀ ଶିକ୍ଷା ଅନୁଷ୍ଠାନ, ଦୋକାନ ବଜାର, ମଲ୍ ଆଦିକୁ ବନ୍ଦ ଘୋଷଣା କରିବା ସହ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।

ତେବେ ଚାଲନ୍ତୁ ଜାଣିବା ଘରେ ରହି ଆପଣ କିପରି ନିଜକୁ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।

ନିଜ ସୁବିଧା ହିସାବରେ ନିଜର ପଢ଼ା ସ୍ଥାନ ବାଛନ୍ତୁ:

ଘରେ ରହି ନିଜକୁ ପ୍ରସ୍ତୁତ କରିବାକୁ ହେଲେ ଆପଣ ସବୁ ଜିନିଷ ନିଜର ଆରାମ ହିସାବରେ କରିପାରିବେ। ତେବେ ଆପଣ ପଢ଼ୁଥିବା ସ୍ଥାନ କୋଳାହଳଠାରୁ ଦୂରରେ ଥିବା ସହ ଠିକ୍ ଭାବେ ଲାଇଟ୍ ଆସୁଥିବା ଦରକାର। ଏହି ଜାଗାରେ ନିଜର ସମସ୍ତ ଦରକାରୀ ବହି, ଫାଇଲ୍ କିମ୍ବା ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍ ରଖନ୍ତୁ। ପଢ଼ିବା ସ୍ଥାନ ପରିସ୍କାର ପରିଚ୍ଛନ ରହିଲେ ପଢ଼ିବାରେ ମନ ଲାଗେ।

study place

ପୂର୍ବ ପରୀକ୍ଷା ପ୍ରଶ୍ନପତ୍ର ଅଭ୍ୟାସ କରନ୍ତୁ:

ଆପଣ ପ୍ରସ୍ତୁତ ହେଉଥିବା ପରୀକ୍ଷାର ପୂର୍ବ ପ୍ରଶ୍ନପତ୍ର ଅଭ୍ୟାସ କରନ୍ତୁ। ଏହା ଦ୍ୱାରା ଆପଣ କେଉଂ ବିଷୟରେ ଦୁର୍ବଳ ଅଛନ୍ତି ତାହା ଜାଣିପାରିବେ। ପ୍ରସ୍ତୁତ ହେଉଥିବା ପରୀକ୍ଷାର ପ୍ରଶ୍ନପତ୍ର ବୁଝିବାରେ ଏହା ସାହାଯ୍ୟ କରିବ। ଏହା ସହ ସମୟର ଜ୍ଞାନ ମଧ୍ୟ ରହିବ।

ଫ୍ଲୋ-ଚାର୍ଟ ଓ ଡାଇଗ୍ରାମର ବ୍ୟବହାର କରନ୍ତୁ:

ବାରମ୍ବାର ପଢ଼ିବା ବ୍ୟତୀତ  ଫ୍ଲୋ-ଚାର୍ଟ ତଥା ଡାଇଗ୍ରାମର କରି ଆପଣ ଗୋଟିଏ ପାଠକୁ ସହଯରେ ମନେ ରଖିପାରିବେ। ଗୋଟିଏ ବିଷୟ ଉପରେ ସଂପୂର୍ଣ୍ଣ ତର୍ଜମା କରିବା ପରେ ଏହାର କି-ପଏଣ୍ଟସ୍ର ଡାଇଗ୍ରାମ ବନାନ୍ତୁ। ଏପରି କଲେ ପାଠ ଶୀଘ୍ର ମନେରହିଥାଏ।

diagram

ନିଜର ଉତ୍ତର ଅନ୍ୟମାନଙ୍କୁ ବୁଝାନ୍ତୁ:

ପାଠକୁ ମନେରଖିବାର ସବୁଠାରୁ ସହଜ ଉପାୟ ହେଉଛି ପଢ଼ିସାରିବା ପରେ ନିଜ ଘରଲୋକ ବା ସାନ ଭାଇ-ଭଉଣୀଙ୍କୁ ବସାଇ ତାଙ୍କୁ ବୁଝାନ୍ତୁ। ଏକା ଏକା ପାଠକୁ ମନେ ପକାଇବା ବ୍ୟତୀତ ଆଉ କାହାକୁ ବୁଝାଇଲେ ଆପଣଙ୍କ ଦ୍ୱନ୍ଦ ଦୂର ହେବା ସହ ଏହା ଅଧିକ ସମୟ ପାଇଁ ମନେରହେ।

ଅନଲାଇନ କ୍ଲାସର ସହାୟତା ନିଅନ୍ତୁ:

ଆଜିକାଲି ଡିଜିଟାଲ୍ ପ୍ଲାଟଫର୍ମରେ ବହୁପ୍ରକାର ଅନଲାଇନ କୋଚିଂ କ୍ଲାସର ସୁବିଧା ଉପଲବ୍ଧ। ଆପଣ ଘରେ ବସି ପ୍ରସ୍ତୁତ ହେଉଥିବା ପରୀକ୍ଷା ପାଇଁ ଅନଲାଇନ କ୍ଲାସ୍ ମଧ୍ୟ କରିପାରିବେ। ଅଭିଜ୍ଞ ଅଧ୍ୟାପକ ତଥା ସ୍ପେଶିଆଲିଷ୍ଟଙ୍କ ଟିପ୍ସ ଆପଣଙ୍କ କାମରେ ଆସିପାରେ।

online classes

ପଢ଼ା ମଝିରେ ବ୍ରେକ୍ ନିଅନ୍ତୁ:

ଅଧିକ ସମୟ ଧରି ଲଗାତାର ଭାବେ ପଢ଼ିବା ମାନଲିକ ଚାପର କାରଣ ହେଇପାରେ। ତେଣୁ ପାଠ ପଢ଼ିବାର କିଛି ସମୟ ବ୍ୟବଧାନରେ ଟିକେ ବ୍ରେକ୍ ନିଅନ୍ତୁ ପୁଣି ଆଉଥରେ ପଢ଼ିବା ପାଇଁ ବସନ୍ତୁ। ଯେଉଁ ସମୟରେ ଆପଣ ଅଧିକ ଏକାଗ୍ରତାର ସହ ପଢ଼ିପାରୁଛନ୍ତି ଉଦାହରଣ ସ୍ୱରୁପ ଭୋର ସମୟ, ସକାଳ ସମୟ କିମ୍ବା ରାତି ସମୟ, ସେବେ ଅଧିକ ସମୟ ପଢ଼ାକୁ ଦିଅନ୍ତୁ।

ପଢ଼ିଥିବା ପାଠର ଆଲୋଚନା କରନ୍ତୁ:

ଘରେ ବସି ଫୋନ୍ ମାଧ୍ୟମରେ ମଧ୍ୟ ଆପଣ ଗ୍ରୁପ୍ ଡିସ୍କସନ୍ କରିପାରିବେ। ଗୋଟିଏ ବିଷୟ ପଢ଼ିସାରିବା ପରେ ଫୋନରେ ସାଙ୍ଗମାନଙ୍କ ସହ ସେହି ବିଷୟରେ ଆଲୋଚନା କରନ୍ତୁ। ପରସ୍ପରକୁ ନିଜର ଡାଉଟ୍ କୁହନ୍ତୁ ଏବଂ ତାର ସମାଧାନ ବାହାର କରନ୍ତୁ।

phone discussion

ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ:

ସବୁବେଳେ ନିଜ ଶରୀରକୁ ଡିହାଇଡ୍ରେଟ୍ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ମସ୍ତିସ୍କ ଠିକ୍ ଭାବେ କାମକରେ। ସେହିପରି ନିଜକୁ ଅସ୍ୱାସ୍ଥ୍ୟକର ଖାଦ୍ୟଠୁ ଦୂରରେ ରଖିବା ସହ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ। ଏହା ଆପଣଙ୍କ ଶରୀରକୁ ସତେଜ ରଖେ ଏବଂ ଆପଣଙ୍କୁ କୌଣସି ରୋଗର ଶିକାର ହେବାକୁ ଦିଏନି। ଯାହା ଫଳରେ ଆପଣଙ୍କ ପ୍ରସ୍ତୁତିରେ କିଛି ବି ବାଧା ଉପୁଜେନି।

Source- www.chakiri.plus

Comment