ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍ ବନ୍ଦାରୀକରାଳ କ୍ଵାରେଣ୍ଟିନ୍‌ ସେଣ୍ଟରରୁ ୧୩ ପ୍ରବାସୀ ଫେରାର ହୋଇଯାଇଥିଲେ। ଅଧା ବାଟରୁ ବ୍ଳକ ପ୍ରଶାସନ ଦ୍ଵାରା ସେମାନଙ୍କ ମଧ୍ୟରୁ ୧୦ ଜଣକୁ ଫେରେଇ ଅଣାଯାଇଛି। ଆଉ ୩ ଜଣଙ୍କୁ ଅସ୍ତରଙ୍ଗ ବ୍ଳକ୍ ଅନ୍ତର୍ଗତ ସୁନ୍ଦର ସେଣ୍ଟରରେ ରଖାଯାଇଛି।

ବନ୍ଦାରୀକରାଳ କ୍ଵାରେଣ୍ଟିନ୍‌ ସେଣ୍ଟରରେ ପିଇବା ପାଣି ସେଣ୍ଟର ବାହାରେ ରଖାଯାଇଛି। ପ୍ରବାସୀ ଓଡିଆମାନେ ପାଣି ପାଇଁ ବାହାରକୁ ଆସୁଛନ୍ତି। ସେଣ୍ଟରର ଶୌଚାଳୟକୁ ପାଣି ଯାଉନଥିବାରୁ ସେମାନେ ବାହାରେ ଥିବା ନାଳକୂପ ବ୍ୟବହାର କରୁଛନ୍ତି। ଏହାସହ ଖୋଲା ପଡ଼ିଆରେ ଶୌଚ ମଧ୍ୟ କରୁଛନ୍ତି।

ଏଭଳି ଅବ୍ୟବସ୍ଥା ଭିତର ରହୁଛନ୍ତି ଅନ୍ୟ ରାଜ୍ୟ ଫେରନ୍ତା। ଅନ୍ୟପକ୍ଷେ ଜନବସତି ନିକଟରେ ସେଣ୍ଟରଟି ଥିବା ହେତୁ ଗ୍ରାମବାସୀମାନେ ଆତଙ୍କିତ ଅଛନ୍ତି। ବ୍ଲକ୍ ପ୍ରସାଶନ ଆସି ତାଗିଦ୍ କଲା ପରେ କୋରଣା ସରପଞ୍ଚ ଓ ନୋଡାଲ ଅଫିସର ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

Comment