ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟ ପାଇଁ ଭଲ ଖବର। ସୁସ୍ଥ ହେଲେ ଆଉ ୫୭ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

୫୭ ଜଣ ସୁସ୍ଥ ହେବା ସହ ବର୍ତ୍ତମାନ ରାଜଧାନୀ ଭୁବନେଶ୍ଵର ଓ ଜଗତସିଂହପୁର ଜିଲ୍ଲା କରୋନା ମୁକ୍ତ ହୋଇଛନ୍ତି। ଭୁବନେଶ୍ଵରରେ ୫୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ୧୦ ଜଣ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି।

୫୭ ଜଣଙ୍କ ମଧ୍ୟରେ ୪୦ ଜଣ ଗଞ୍ଜାମରୁ ସୁସ୍ଥ ହୋଇଥିବା ବେଳେ ୫ ଜଣ ଜଗତସିଂହପୁରରୁ, ୪ ଜଣ ମୟୂରଭଞ୍ଜରୁ, ୩ ଜଣ ଭୁବନେଶ୍ଵରରୁ ୨ ଜଣ ବଲାଙ୍ଗିରରୁ ଓ ସୁନ୍ଦରଗଡ଼, ବାଲେଶ୍ଵର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଏହାସହ ବର୍ତ୍ତମାନ ରାଜ୍ୟରେ ୮୭୬ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୫୯୫ ଜଣ ସକ୍ରିୟ ରହିଛନ୍ତି। ସେହିପରି ଆଜିକୁ ମିଶାଇ ୨୭୭ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି।

Comment