ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ବାତ୍ୟା ଅମ୍ପନର ମୁକାବିଲା ପାଇଁ ଅଣ୍ଟାଭିଡ଼ିଛି ପୁରୀ ଜିଲ୍ଲା ପ୍ରଶାସନ। ଏନେଇ ଆଜି ପୁରୀ ଜିଲ୍ଲାପାଳ ଅସ୍ତରଙ୍ଗ ବ୍ଲକ ଉପକୂଳବର୍ତ୍ତୀ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବା ସହ ପରିସ୍ଥିତିର ସମୀକ୍ଷା କରିଥିଲେ। ଏହାସହ ସତର୍କ ରହିବାକୁ ବିଡ଼ିଓ ଓ ଦହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାପାଳଙ୍କ ସହ ପୁରୀ ଜିଲ୍ଲା ଏସ୍‌ପି, ରାଜ୍ୟକ୍ରୀଡା ଓ ଯୁବ ବ୍ୟପାରମନ୍ତ୍ରୀ, ଅସ୍ତରଙ୍ଗ ବ୍ଲକ୍ ଅଧ୍ୟକ୍ଷ, ଅସ୍ତରଙ୍ଗ ବି.ଡି.ଓଙ୍କ ସମେତ ଅସ୍ତରଙ୍ଗ ତହସିଲଦାର ରହିଥିଲେ। ଏହାସହ ଅସ୍ତରଙ୍ଗରେ ଥିବା କୋଭିଡ ସେଣ୍ଟର ପରିଦର୍ଶନ କରି ସେଠାରେ ପ୍ରବାସୀ ଓଡ଼ିଆଙ୍କ କଥା ମଧ୍ୟ ବୁଝିଥିଲେ।

ବାତ୍ୟାକୁ ଦୃଷ୍ଟିରେ ରଖି ଅସ୍ତରଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୧୫ଶହରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ନେଇ ତୁଷାରକାନ୍ତି ବେହେରା କହିଛନ୍ତି। ଏହାସହ ଅସ୍ତରଙ୍ଗରେ ଆଜି ସୁଦ୍ଧା ଓଡିଆରଏଫ ଟିମ୍‌ ପହଞ୍ଚିବ ବୋଲି ସୂଚନା ମିଳିଛି।

Comment