ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ଵରରେ ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି କମିସନରେଟ ପୋଲିସ। ପୋଲିସ କର୍ମଚାରୀ ଜଣକ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଟୁଇଟ ଯୋଗେ ସୂଚନା ଦେଇଛି ପୋଲିସ କମିସନରେଟ।

ଏହି ୩୬ ବର୍ଷିୟ ପୋଲିସ କର୍ମଚାରୀ ଜଣକ ଛୁଟିରୁ ଫେରିବା ପରେ ତାଙ୍କର ନମୁନା ଟେଷ୍ଟ କରାଯାଇଥିଲା। ତାଙ୍କର କୌଣସି ଲକ୍ଷଣ ନଥିଲା। ସେ ଜଣେ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି।

ପୋଲିସ କର୍ମଚାରୀ ଜଣକ କରୋନା ପଜିଟିଭ୍‌ ହେବା ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବର୍ତ୍ତମାନ ଅନ୍ୟ ସବୁ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପ୍ରତି ନିଘା ରଖାଯାଇଛି।

ଆଜି ରାଜ୍ୟରେ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ ଜଣ ଚିହ୍ନଟ ହୋଇଥିଲେ। ସେଥିରୁ ଭୁବନେଶ୍ଵରର ୨ଜଣ ଥିଲେ।

ବର୍ତ୍ତମାନ ରାଜ୍ୟରେ ୯୭୮ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୯୬ ଆକ୍ରାନ୍ତ ସକ୍ରିୟ ରହିବା ସହ  ୩୦୭ ଜଣ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫ଜଣଙ୍କ ମୃତ୍ୟୁ ହୋଇଛି।

Comment