ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୁଦ୍ର ଭିତରେ ଅମ୍ପନ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ପାରାଦୀପଠାରୁ ମାତ୍ର ୩୫୦ କିଲୋମିଟର ଦୂରରେ ଥିବା ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା, ପବନ ଆରମ୍ଭ ହୋଇଛି।

ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶାରେ ଆଜି ଦିପହରୁ ବର୍ଷା ଆରମ୍ଭ ହୋଇଛି। ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଛି।

ବର୍ଷା ସାଙ୍ଗକୁ ପବନ ମଧ୍ୟ ବହୁଛି। ଦକ୍ଷିଣ ଉପକୂଳରେ ଆଜି ପବନର ବେଗ ୪୫ରୁ ୬୫ କିଲୋମିଟର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Amphanଆସନ୍ତାକାଲି ଦିପହରେ ବାତ୍ୟା ଅମ୍ପନ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି। ଏହାର ପ୍ରଭାବରେ ଆସନ୍ତାକାଲି ପବନର ବେଗ ବଢ଼ିବ।

୭୫ରୁ ୯୧ କିଲୋମିଟର ବେଗରେ ପବନ ବହିବ। ଉତ୍ତର ଉପକୂଳ ଓଡ଼ିଶାରେ ପବନର ବେଗ ୧୨୫ କିଲୋମିଟର ହୋଇପାରେ।

ଅମ୍ପନ ପ୍ରଭାବରେ ପଶ୍ଚିମଙ୍ଗ ଏବଂ ବାଂଲାଦେଶରେ ସର୍ବାଧିକ କ୍ଷତି ହେବ। କଚ୍ଚା ଘର ଭାଙ୍ଗିବା ସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ିବ। ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗିବ। ପଶ୍ଚିମବଙ୍ଗର ଚବିଶି ପ୍ରଗଣା, କୋଲକାତା, ହୁଗୁଳି, ହାୱଡା ଜିଲ୍ଲାରେ ଅଧିକ କ୍ଷତି ହେବ।

Comment