ଓଡ଼ିଶାଲାଇଭ୍ ବ୍ୟୁରୋ

Amphan-fisher man

ତୀବ୍ର ଗତିରେ ଆଗେଇ ଆସୁଥିବା ସାମୁଦ୍ରକି ଝଡ଼ ଅମ୍ପନ ଦାଉରୁ ରକ୍ଷା ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା ଚାଲିଛି। ଭଦ୍ରକରେ ସକାଳୁ ପାଗ କୋହଲା ଥିଲା। ଅପରାହ୍‌ଣରୁ ଏଠାରେ ଝିପିଝିପି ବର୍ଷା ହେବା ସହ ଥଣ୍ଡା ପବନ ବହିବା ଆରମ୍ଭ ହେଇଗଲାଣି।

ସମୁଦ୍ର ଅଶାନ୍ତ ରହିବା ଯାଗୁଁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଏନେଇ ବାସୁଦେବପୁର ବ୍ଲକର ଚୁଡ଼ାମଣି ଗ୍ରାମର ମତ୍ସଜୀବୀମାନେ ଏବେ ଚିନ୍ତାରେ। ଏହି ସାମୁଦ୍ରିକ ଝଡ଼ର ପ୍ରଭାବ କେତେ ଦିନ ଧରି ରହିବ, ସେମାନଙ୍କ ଜୀବିକା ଉପରେ ଏହାର ପ୍ରଭାବ କିପରି ପଡ଼ିବ। ସେନେଇ ଏବେ ଏହି ଗାଁର ମାଛ ଧରି ପେଟ ପୋଷୁଥିବା ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।

Amphan-10 chudamani

ଭଦ୍ରକରେ ହାଇ ଆଲର୍ଟ ଜାରି ହୋଇଥିବା ଦୁଇଟି ବ୍ଲକ୍ ମଧ୍ୟରୁ ବାସୁଦେବପୁର ଗୋଟିଏ। ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ODRAF ଟିମ୍ ମଧ୍ୟ ବେଶ୍ ସଜାଗ ଅଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ପନ ଉତ୍ତର ଦିଗରେ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି। ଏହା ବର୍ତ୍ତମାନ ପାରାଦୀପଠାରୁ ୪୮୦ କିଲୋମିଟର ଦୂରରେ ରହିଛି। ଏହାସହ ପଶ୍ଚିମବଙ୍ଗଠାରୁ ୬୩୦ କିଲୋମିଟର ଦୂରରେ ରହିଛି ମହାବାତ୍ୟା। ୨୦ ତାରିଖ ଅପରାହ୍‌ଣରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ।

LEAVE A REPLY

Please enter your comment!
Please enter your name here