ଓଡ଼ିଶାଲାଇଭ୍‌ ବ୍ୟୁରୋ

corona virusସୁନ୍ଦରଗଡ଼ରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରେ ଏହି ୫ ଜଣ ଥିଲେ। ତାମିଲନାଡୁରୁ ଏମାନେ ଆସିଥିଲେ। ଏମାନଙ୍କ ଭିତରେ ୨ ଜଣ ମହିଳା ଥିବା ବେଳେ ୩ ଜଣ ପୁରୁଷ ଅଛନ୍ତି।

ସୁନ୍ଦରଗଡ଼ରେ ୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ୫ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ସୁସ୍ଥ ସଂଖ୍ୟା ୧୩ରେ ପହଞ୍ଚିଛି। ୫ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Comment