ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ ହିନ୍ଦୀ ସିନେମାରର ଏକ ବହୁତ ବଡ଼ ପ୍ଲାଟଫର୍ମ। ବଲିଉଡ୍‌ରେ କେବଳ ଭାରତ ନୁହେଁ ବିଦେଶର ଅନେକ କଳାକାର ଫିଲ୍ମ କରିଛନ୍ତି। ସେମାନେ ବଲିଉଡ୍‌ରେ ଚଳଚ୍ଚିତ୍ର କରି ବର୍ତ୍ତମାନ ବଲିଉଡ୍‌ର ଆଗଧାଡ଼ିର କଳାକାର ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସେମିତି କିଛି ବଲିଉଡ୍ କଳାକାରଙ୍କୁ।

ଜ୍ୟାକଲିନ୍‌ ଫ୍ରନାଣ୍ଡିଜ୍‌

ସିଂହଳି ସୁନ୍ଦରୀ ଜ୍ୟାକଲିନ ଫ୍ରନାଣ୍ଡିଜ୍‌ ହେଉଛନ୍ତି ଶ୍ରୀଲଙ୍କାର। ସେ ୨୦୦୬ରେ ମିସ୍‌ ଶ୍ରୀଲଙ୍କା ଆଓ୍ଵାର୍ଡ ପାଇଥିଲେ। ସେ ୨୦୦୯ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଆଲ୍ଲାଦିନ। ଏହାପରେ ସେ ହାଉସ୍‌ଫୁଲ, ମର୍ଡର-୨, ହାଉସ୍‌ଫୁଲ-୨, ରେସ୍‌-୨, ରମେୟା ଭାସ୍ତାଭାୟା, କିକ୍‌, ରୟ, ବାଙ୍ଗିସ୍ତାନ, ସାହୋ, ରେସ୍‌-୩, ବାଘି-୨ ଭଳି ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ବଲିଉଡର ଜଣେ ଆଗଧାଡ଼ିର ନାୟିକା।

କ୍ୟାଟ୍ରିନା କୈଫ

ବଲିଉଡ୍‌ ସୁନ୍ଦରୀ କ୍ୟାଟ୍ରିନା କୈଫ ବ୍ରିଟିଶ କଳାକାର ଭାବେ ପରିଚିତ। ସେ ହଂକଂରେ ଜନ୍ମଗ୍ରହଣ କରିଥିଲେ। ସେ ବୁମ୍‌ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରେ ମେନେ ପ୍ୟାର କ୍ୟୁଉଁ କ୍ୟା, ନମସ୍ତେ ଳଣ୍ଡନ, ଅଜବ ପ୍ରେମ କି ଗଜବ କାହାନୀ, ରାଜନୀତି, ଟାଇଗର ଜିନ୍ଦା ହେ, ଭାରତ, ଜିରୋ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ମନିଷା କୋଇରାଲା

ନେପାଳି ସୁନ୍ଦରୀ ମନିଷା କୋଇରାଲା ବଲିଉଡ୍‌ରେ ଜଣେ ଆଗଧାଡ଼ିର ନାୟିକା। ସେ ନେପାଳର କାଠମାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌ରେ ଅନେକ ଚଳଚ୍ଚିତ୍ର କରିଛନ୍ତି। ବଲିଉଡ୍‌ରେ ଅନେକ ନାମିଦାମୀ କଳାକାରଙ୍କ ମଧ୍ୟରେ ସେ ଜଣେ। ସେ ସୌଦାଗର ଚଳଚ୍ଚିତ୍ରରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ୧୯୪୨- ଏ ଲଭ୍‌ ଷ୍ଟୋରୀ, ଇଣ୍ଡିଆନ୍‌, କଚେଧାଗେ, ଏକ ଛୋଟୀ ସି ଲଭ୍‌ ଷ୍ଟୋରୀ, ଦିଲ ସେ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

ସନି ଲଓନି

ସନି ଲଓନି ବର୍ତ୍ତମାନ ବଲିଉଡ୍‌ରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ସନିଙ୍କ ପ୍ରକୃତ ନାଁ କରନଜିତ୍‌ କୌର। ସେ ଇଣ୍ଡୋ-କାନାଡିଆନ କଳାକାର। ତାଙ୍କ ଜନ୍ମ କାନାଡାରେ। ବିଗ୍‌ ବସ୍‌ ଜରିଆରେ ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଜିସ୍‌ମ-୨, ଜ୍ୟାକପଟ୍‌, ରାଗିଣି ଏମ୍‌ଏମ୍‌ଏସ୍‌-୨, ଏକ୍‌ ପେହେଲି ଲିଲା, ତେରା ଇନ୍ତଜାର ଭଳି ଫିଲ୍ମ କରିଛନ୍ତି।

କିଲେ ଦୋରଜି

କିଲେ ଦୋରଜି ହେଉଛନ୍ତି ଭୁଟାନର ଜଣେ କଳାକାର। ସେ ବଲିଉଡ୍‌ରେ ମଧ୍ୟ ଅନେକ ଚଳଚ୍ଚିତ୍ର କରିଛନ୍ତି। ସେ ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ଖଳନାୟକ ଭାବେ ଅଭିନୟ କରିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ ଫର୍ଗଟନ ହିରୋରେ ସେ ଡେବ୍ୟୁ କରିଥିଲେ। ପରେ ଟାଙ୍ଗୋ ଚାର୍ଲି, ଖାମୋସ, ଫରୀବ, ତେଲୁଗୁ ଫିଲ୍ମ ଡନ୍‌ରେ ଅଭିନୟ କରିଛନ୍ତି।

Comment