ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟବିଶ୍ଵାଳ): କ୍ଵାରେଣ୍ଟିନ୍‌ ସେଣ୍ଟରରେ ସାବିତ୍ରୀ ପଳିଲେ ମହିଳା ଅନ୍ତେବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବିଭିନ୍ନ କ୍ଵାରେଣ୍ଟିନ୍‌ ସେଣ୍ଟରରେ। ସାବିତ୍ରୀ ବ୍ରତ ପାଇଁ ମହିଳାମାନେ ପୂଜାର୍ଚ୍ଚନାକରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।

କ୍ଵାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା ମହିଳା ପ୍ରବାସୀମାନଙ୍କୁ ବାହାରକୁ ଆସିବାକୁ ଅନୁମତି ମିଳୁନଥିବାରୁ ସେମାନେ କ୍ଵାରେଣ୍ଟିନ୍‌ ସେଣ୍ଟର ମଧ୍ୟରେ ହିଁ ସାବିତ୍ରୀ ବ୍ରତ ପାଳନ କରିଥିଲେ।

ଅନ୍ୟପକ୍ଷରେ ସାବିତ୍ରୀ ବ୍ରତ ପାଇଁ ମଧ୍ୟ ଅନେକ ମନ୍ଦିରରେ କଟକଣା ଜାରି କରାଯାଇଛି। ମନ୍ଦିର ପ୍ରବେଶକୁ ବାରଣ ମଧ୍ୟ କରାଯାଇଛି। ଏନେଇ ଯାଜପୁର ବିରଜା ଓ ଜଗତସିଂହପୁର ଅଞ୍ଚଳର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି।

Comment