ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠୁ ହୋମ୍‌ ଡେଲିଭରି ହେବ ମଦ। ଅନଲାଇନରେ ମଦ ବୁକିଂ କଲେ ଘରେ ପହଞ୍ଚାଇବେ ଡେଲିଭର ବଏ। ଏଥିପାଇଁ ରାଜ୍ୟ ସରକାର ଫୁଡ୍‌ ଡେଲିଭର ସଂସ୍ଥା ଜୋମୋଟା ଏବଂ ସ୍ୱିଗିକୁ ଅନୁମତି ଦେଇଛନ୍ତି। ଜୋମାଟୋ ଏବଂ ସ୍ୱିଗି ହୋମ ଡେଲିଭର ପାଇଁ ସରକାରଙ୍କ ଅନୁମତି ମାଗିଥିଲେ।

ଜୋମାଟୋ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ପୁରୀରେ ମଦ ହୋମ ଡେଲିଭର କରିପାରିବ। ସେହିପରି ସ୍ୱିଗି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲାରେ ହୋମ ଡେଲିଭର କରିପାରିବ ବୋଲି ସରକାର ଅନୁମତି ଦେଇଛନ୍ତି।

ଏହାଛଡ଼ା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବି ହୋମ୍ ଡେଲିଭର କରିପାରିବେ। ଉଭୟ ଠିପି ଖୋଲା ଏବଂ ଠିପି ବନ୍ଦ ମଦ ଦୋକାନ ହୋମ ଡେଲିଭର କରିପାରିବେ।

ଆଜି ଓଡ଼ିଶା ଅବକାରୀ ନିୟମ-୨୦୧୭ର ସଂଶୋଧନ କରାଯାଇଛି। ଏହି ସଂଶୋଧିତ ଆଇନରେ ମଦ ହୋମ ଡେଲିଭରକୁ ଅନୁମତି ମିଳିଛି। ତେବେ ଏଥିରେ ଅଧିକ ରାଜସ୍ୱ ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ମଦରେ କୋଭିଡ୍‌ ଫି’ ଲଗାଇଛନ୍ତି ସରକାର। ମଦ ଏମ୍‌ଆର୍‌ପି ଯାହା ଅଛି ସେଥିରେ ଆଉ ୫୦ ପ୍ରତିଶତ ଅଧିକ ଫି’ ଦେବାକୁ ପଡ଼ିବ।

ଏହି ଫି’ ବାବଦରେ ଯାହା ଟଙ୍କା ମିଳିବ ତାହା କରୋନା ମୁକାବିଲା ଖର୍ଚ୍ଚ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

Comment