ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜୀବନବୀମା ନିଗମ ବିକାଶ ଅଧିକାରୀ ସଂଘ (ଏନ୍ଏଫ୍ଆଇଏଫ୍ଡବ୍ଲୁଆଇ) କଟକ ଡିଭିଜନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। କୋଭିଡ୍-୧୯ ମୁକାବିଲା ପାଇଁ ଏହି ସହାୟତା ଦିଆଯାଇଛି।
ଶନିବାର ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଭେଟି ସଂଘ ତରଫରୁ ଏହି ଅର୍ଥ ପ୍ରଦାନ କରାଯାଇଛି। ସଂଘର ସାଧାରଣ ସଂପାଦକ ବିଜୟ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ଚେକ୍ ଆକାରରେ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।
କଟକ ଡିଭିଜନ୍ ଅଧୀନସ୍ଥ ୧୯ଟି ଶାଖାର ସଂଘ ଅନ୍ତର୍ଭୁକ୍ତ ସଦସ୍ୟମାନେ ଏହି ଅର୍ଥ ପ୍ରଦାନ କରିଛନ୍ତି। ଆଜି ଏହି ଚେକ୍ ପ୍ରଦାନ ସମୟରେ ସଂଘର ଇଷ୍ଟ ସେଣ୍ଟ୍ରାଲ୍ ଜୋନର ସଭାପତି ତାରିଣୀ ପ୍ରସାଦ ମହାପାତ୍ର, କଟକ ଡିଭିଜନ୍ର ଆବାସିକ ସଂପାଦକ ଦେଶରଞ୍ଜନ ମହାପାତ୍ର, ଉପ ସଭାପତି ହରେକୃଷ୍ଣ ପଣ୍ଡା, ଯୁଗ୍ମ ସଂପାଦକ ରାଜେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।










