ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରଣ ଜୋହର ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବଲିଉଡର ଅନେକ କଳାକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ, ପ୍ରଡ୍ୟୁସର, ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଜୀବନୀକୁ ନେଇ ପୁସ୍ତକ ପ୍ରକାଶିତ ହୋଇଛି। ତଥାପି ତାଙ୍କୁ ନେଇ ଏମିତି କିଛି କଥା ରହିଛି ଯାହା ଏବେବି ଅନେକ ଲୋକ ଜାଣିନଥିବେ।

ସମସ୍ତେ ଜାଣନ୍ତି ଯେ କରଣ ସହକାରୀ ନିର୍ଦ୍ଦେଶକ ଭାବେ ‘ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ’ କାମ କରିଥିଲେ। କିନ୍ତୁ ଖୁବ୍‌ ଲୋକ ଜାଣନ୍ତି ଯେ, ସେ ସହକାରୀ ନିର୍ଦ୍ଦେଶକ ବ୍ୟତୀତ ଏହି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ। କିନ୍ତୁ ତାଙ୍କର ଏହା ଆକ୍ଟିଂରେ ଡେବ୍ୟୁ ନଥିଲା। କାରଣ ତା’ ଆଗରୁ ସେ ପୂର୍ବରୁ ଏକ ଟିଭି ସୋ’ ‘ଇନ୍ଦ୍ରଧନୁଷ’ରେ କାମ କରିଥିଲେ।  ଏହି ସୋ’ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। କରଣ ଯେତେବେଳେ ‘ଇନ୍ଦ୍ରଧନୁଷ’ରେ କାମ କରୁଥିଲେ ସେତେବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା। କିନ୍ତୁ ଏହି ସୋ ପ୍ରସାରଣ ପାଇଁ ବହୁତ ସମୟ ନେଇଥିଲା । ସୋ’ ପ୍ରସାରିତ ହେଲା ବେଳକୁ କରଣ ଯୁକ୍ତ ୨ରେ ପଢ଼ୁଥିଲେ।

୧୯୮୯ରେ ରେ ଇନ୍ଦ୍ରଧନୁଷ ତାଙ୍କର ପ୍ରଥମ ସିରିଏଲ ଥିଲା। ୧୯୯୮ ରେ କରଣ ତାଙ୍କର ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରେ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ସୁପରହିଟ ହୋଇଥିଲା। ଏହା ପରେ ସେ କଭି ଖୁସି କଭି ଗମ୍‌, କଭି ଅଲବିଦା ନା କେହେନା, ମାଇଁ ନେମ୍‌ ଇଜ ଖାନ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ।

ବର୍ତ୍ତମାନ ଯାଏ କରଣଙ୍କ ସଫର ବେଶ୍‌ ସଫଳ ରହିଛି। ସେ ସଫଳତାର ଶୀର୍ଷରେ ପହଞ୍ଚଛନ୍ତି।

Comment