ଓଡ଼ିଶାଲାଇଭ୍ ବ୍ୟୁରୋ

odisha sasana

ମୟୁରଭଞ୍ଜ ସବାଇ ଫାର୍ମର୍ସ୍ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ (MSFPCL) ଅଧୀନରେ ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଁଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ୧୦ ଯାଏଁ ଚାଲୁ ରହିବ ଆବେଦନ ପ୍ରକ୍ରିୟା।

ପଦବୀ

ଚିଫ୍ ଏକ୍ସିକ୍ୟୁଟିଭ୍ ଅଫିସର୍ (CEO) (ଗୋଟିଏ ପଦବୀ):

  • ଯୋଗ୍ୟତା- ରୁରାଲ୍ ମ୍ୟାନେଜମେଣ୍ଟ/ଫ୍ୟାସନ୍ ମ୍ୟାନେଜମେଣ୍ଟ/ଡେଭେଲପମେଣ୍ଟ ମ୍ୟାନେଜମେଣ୍ଟ/ସୋସିଆଲ ଏଣ୍ଟରପ୍ରେନ୍ୟୋର୍ ଆଦି ବିଭାଗରେ ମାଷ୍ଟର ଡିଗ୍ରା ବା ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କରିଥିବେ। ୧-୩ ବର୍ଷର ଅଭିଜ୍ଞତା ଥିବ।
  • ବୟସ ସୀମା- ୪୦ ବର୍ଷ
  • ଦରମା- ୨୫୦୦୦ରୁ ୩୦୦୦୦ ଟଙ୍କା

ପ୍ରୋକ୍ୟୁକମେଣ୍ଟ କମ୍ ମାର୍କେଟିଂ ମ୍ୟାନେଜର (ଗୋଟିଏ ପଦବୀ):

  • ଯୋଗ୍ୟତା- ଯେକୌଣସି ବିଷୟରେ ସ୍ନାତକ ଡିଗ୍ରା ହାସଲ କରିଥିବେ। ସେସିଆଲ ଏଣ୍ଟରପ୍ରେନ୍ୟୋରସିପ୍/ରୁରାଲ୍ ଡେଭେଲପମେଣ୍ଟ/ମାର୍କେଟିଂରେ ସ୍ନାତକୋତ୍ତର ଡିଗ୍ରା ହାସଲ କରିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ। ୧-୨ ବର୍ଷ ଅଭିଜ୍ଞତା ଥିବ।
  • ବୟସ ସୀମା-୩୫ ବର୍ଷ
  • ଦରମା- ୧୨୫୦୦ ଟଙ୍କା

କ୍ଲଷ୍ଟର କୋର୍ଡିନେଟର (4ଟି ପଦବୀ):

  • ଯୋଗ୍ୟତା- ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବେ। ସବାଇ କ୍ରାଫ୍ଟରେ ଭୋକେସନାଲ ଟ୍ରେନିଂ ନେଇଥିବା  ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ। ୧-୨ ବର୍ଷ ଅଭିଜ୍ଞତା ଥିବ।
  • ବୟସ ସୀମା- ୪୫ ବର୍ଷ
  • ଦରମା- ୬୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ଓ୍ୱାବସାଇଟରୁ ଆବେଦନପତ୍ର ଡାଉଲଲେଡ କରି ତାକୁ ପୂରଣ କରିବେ ଏବଂ ଏହା ସହ ସମସ୍ତ ଦରକାରୀ ସାର୍ଟିଫିକେଟର କପିକୁ ନିମ୍ନଲିଖିତ ଠିକଣାରେ ଜୁନ୍ ୧୦ ସୁଦ୍ଧା ପଠାଇବେ।

ଠିକଣା– ପ୍ରଡ୍ୟୁସର କମ୍ପାନୀ ଅଫିସ୍, PRAYAS, ମୁର୍ଗାବାଡ଼ି, ବାରିପଦା, ମୟୁରଭଞ୍ଜ/ORMAS ସେକ୍ସନ୍, DRDA, ବାରିପଦା, ପିନ୍-757002

ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବା ପାଇଁ mayurbhanj.nic.inରେ କ୍ଲିକ୍ କରନ୍ତୁ।

Source- www.chakiri.plus

Comment