ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଲିଠାରୁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ କରାଯିବ। ପ୍ରଥମେ ଦଇତାପତି ସେବାୟତଙ୍କ କରାଯିବ ଟେଷ୍ଟ। ମୋଟ ୧୫୦ ଦଇତାପତିଙ୍କ କରୋନା ଟେଷ୍ଟ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

୨୭ ଓ ୨୮ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତିଙ୍କ ସ୍ଵାବ ସଂଗ୍ରହ କରାଯିବ। ପ୍ରତିଦିନ ୭୫ ସେବାୟତଙ୍କ ନମୁନା ଟେଷ୍ଟ କରାଯିବ। ସ୍ଵାବ ସଂଗ୍ରହ ପରେ ସେବାୟତମାନେ ହୋମ୍‌ କ୍ଵାରେଣ୍ଟିନ୍‌ରେ ରହିବେ। ପରବର୍ତ୍ତୀ ପର୍ଯ୍ୟାଯରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ କରୋନା ଟେଷ୍ଟ କରାଯିବ।

ସ୍ନାନଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ଦଇତା ନିଯୋଗ ସହିତ ଆଲୋଚନା କରିଥିଲା। ମହାପ୍ରଭୁଙ୍କ ଯାତ୍ରା କେମିତି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ୧୫୦ ଦଇତାପତିଙ୍କୁ ଅନୁମତି ଦେବାକୁ ନିଯୋଗ ଦାବି ରଖିଥିଲା। ତେବେ କାଲିଠାରୁ ଏହି ୧୫୦ ଦଇତାପତିଙ୍କ କରୋନା ଟେଷ୍ଟ ହେବ।

ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଗତ ଦୁଇ ଦିନ ତଳେ ଗରାବଡୁ ସେବାୟତଙ୍କ ସହ ଆଲୋଚନା କରିଥିଲା। ୧୭୨ ଗରାବଡୁ ସେବାୟତଙ୍କ କରୋନା ନମୁନା ପରୀକ୍ଷା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

Comment