ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଲକାତା ଯାଇଥିବା ଅଗ୍ନିଶମ କର୍ମଚାରୀଙ୍କ ହେବ କରୋନା ଟେଷ୍ଟ। କାମ ସାରି କୋଲକାତାରୁ ଫେରିଲେ ହେବ କରୋନା ଟେଷ୍ଟ। ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାହୀ।

ପଶ୍ଚିମବଙ୍ଗକୁ ବାତ୍ୟା ପୁନରଉଦ୍ଧାର ପାଇଁ ୩୦ଟି ଟିମ୍‌ରେ ୩୭୫ ଜଣ ଅଗ୍ନିଶମ କର୍ମଚାରୀ ଯାଇଛନ୍ତି। ସମସ୍ତଙ୍କୁ ଦୁଇଟି ପିପିଇ ଯୋଗାଇ ଦିଆଯାଇଛି। ଓଡ଼ିଶା କର୍ମଚାରୀଙ୍କ କାମକୁ ସେଠାରେ ସମସ୍ତେ ପ୍ରଶଂସା କରିଥିବା ଆଇଜି କହିଛନ୍ତି।

ବାତ୍ୟା ଅମ୍ପନ ଯୋଗୁଁ ପଶ୍ଚିମବଙ୍ଗର କୋଲକାତାରେ ଅନେକ କ୍ଷୟକ୍ଷତି ହୋଇଛି। ତେବେ ସେଠାରେ ପୁନରଉଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।

Comment