ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆରେ ଏମିତି କ୍ରିକେଟର ଅଛନ୍ତି ଯେଉଁମାନେ ସରକାରୀ ଚାକିରି ମଧ୍ୟ କରିଛନ୍ତି। ତେବେ ସେହି ଭାରତୀୟ କ୍ରିକେଟରଙ୍କ ମଧ୍ୟରୁ କିଛି ପୋଲିସ ଅଫିସର ମଧ୍ୟ ଅଛନ୍ତି। ସେମାନେ ପୁଣି ବଡ଼ ପଦବୀରେ ମଧ୍ୟ ନିଯୁକ୍ତି ହୋଇଛନ୍ତି। ଖେଳରେ ନିଜ ଦେଶର ନାଁ ରଖିବା ସହ ଏବେ ପୋଲିସ ଅଫିସର ଭାବେ ନିଜ ଦେଶରବାସୀଙ୍କ ସେବା ମଧ୍ୟ କରୁଛନ୍ତି।

ଯୋଗିନ୍ଦର ଶର୍ମା (ଡିଏସ୍‌ପି, ହରିୟାଣା)

ଯୋଗିନ୍ଦର ଶର୍ମା ୨୦୦୭ ଆଇସିସି ଟି-୨୦ ବିଶ୍ଵକପ ଫାଇନାଲରେ ଶେଷ ଓଭର ବୋଲିଂ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ମ୍ୟାଚରେ ସେ ମିସବା ଉଲ୍‌ହକଙ୍କ ଓ୍ଵିକେଟ ନେଇଥିଲେ। ଫଳ ସ୍ଵରୂପ ଭାରତ ପ୍ରାୟ ୨୪ ବର୍ଷ ପରେ ଆଇସିସି ଟି-୨୦ ଟ୍ରଫି ହାସଲ କରିଥିଲା। ଯୋଗିନ୍ଦର ଭାରତ ପାଇଁ ୪ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ପରେ ତାଙ୍କୁ ହରିୟାଣା ପୋଲିସରେ ଚାକିରି ମିଳିଥିଲା। ଏବେ ସେ ଡେପୁଟୀ ସୁପରିଟେଣ୍ଡ ଭାବେ କାର୍ଯ୍ୟ କରୁଛନ୍ତି।

ହରଭଜନ ସିଂ (ଡିଏସ୍‌ପି, ପଞ୍ଜାବ)

ଭାରତର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ହରଭଜନ ଅନ୍ୟତମ। ସେ ଭାରତ ପକ୍ଷରୁ ୧୦୩ ଟେଷ୍ଟ ମ୍ୟାଚ ଖେଳି ୪୧୭ ଓ୍ଵିକେଟ ନେଇଛନ୍ତି। ସେହିପରି ଦିନିକିଆରେ ୨୩୬ ମ୍ୟାଚ ଖେଳି ୨୬୯ ଓ୍ଵିକେଟ ନେଇଛନ୍ତି। ସେ ୨୦୧୫ରେ ଶେଷଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଏବେ ସେ ଟିମ୍‌ ଇଣ୍ଡିଆଠାରୁ ଦୂରରେ ଥିଲେ ମଧ୍ୟ ଆଇପିଏଲ୍‌ରେ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି। କ୍ରିଡ଼ା ପ୍ରତି ତାଙ୍କର ସେବା ପାଇଁ ପଞ୍ଜାବ ପୋଲିସ ତାଙ୍କୁ ଡେପୁଟୀ ସୁପରିଟେଣ୍ଡ ଭାବେ ନିଯୁକ୍ତି ଦେଇଥିଲା।

Comment