ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍‌। ଏନେଇ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଛି। ଯେତିକି ସିଟ୍‌ ସେତିକି ଯାତ୍ରୀ ନେବା ପାଇଁ ବସ୍‌ ମାଲିକ ସଂଘ ରାଜି ହୋଇଛି। ହେଲେ ବସ୍‌ ଭଡ଼ା ବଢ଼ିନାହିଁ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ମାର୍ଚ୍ଚ ୨୧ ତାରିଖରେ ଭଡ଼ା ସଂଶୋଧନ ହୋଇଥିଲା, ଏହାପରେ ଭଡ଼ା ନଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ କେଉଁ ସହରକୁ ଗଲେ କେତେଟଙ୍କା ଦେବାକୁ ପଡ଼ିବ ସେନେଇ ମଧ୍ୟ ପରିବହନ କର୍ତ୍ତୃପକ୍ଷ ତାଲିକା ପ୍ରକାଶ କରିଛନ୍ତି।

ଯାତ୍ରୀଙ୍କୁ ସାଧାରଣ ବସ୍‌ରେ ଯାତ୍ରା କଲେ କିଲୋମିଟର ପିଛା ୬୭ ପଇସା ଦେବାକୁ ପଡ଼ିବ। ସେହିପରି ଏକ୍ସପ୍ରେସ୍‌ ପାଇଁ କିଲୋମିଟର ପିଛା ୭୦ ପଇସା, ଡିଲକ୍ସ ବସ୍‌ ପାଇଁ କିଲୋମିଟର ପିଛା ୯୫ ପଇସା ଏବଂ ଏସି ଡିଲକ୍ସ ବସ୍‌ ପାଇଁ କିଲୋମିଟର ପିଛା ୧ ଟଙ୍କା ୧୭ ପଇସା ଦେବାକୁ ପଡ଼ିବ।

Comment