ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ଗୋଷାଣୀନୂଆଗାଁ ପାଣିଗ୍ରାହୀ ସାହିରେ ଅଭାବନୀୟ ଘଟଣା। ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବ୍ରହ୍ମପୁର କୋ-ଅପରେଟିଭ୍‌ ସୋସାଇଟି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ଓ ତାଙ୍କ ଶଳା ଅନ୍ୟ ଜଣେ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି।

କୌଣସି କାରଣରୁ ଅଲେଖ ଚୌଧୁରୀଙ୍କ ଘରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ପରେ ମୁମୂର୍ଷ ଅବସ୍ଥାରେ ୩ ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଏମ୍‌କେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ନିଆଁ ଲାଗିବାପରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ ହୋଇଥିବା କୁହାହେଉଛି। ତେବେ ପାଣିଗ୍ରାହୀ ସାହିରେ ଏକକାଳୀନ ୩ଜଣ ମୃତ୍ୟୁ ପରୋ ସେଠାରେ ଶୋକର ଛାୟା ଖେଳିଯାଇଛି।

Comment