ଓଡ଼ିଶାଲାଇଭ୍ବ୍ୟୁରୋ

ଲକ୍‌ଡାଉନ୍‌ ନିୟମ କୋହଳ ହେବା ପରେ ଆଜି ବାଲେଶ୍ୱରରୁ ଭୁବନେଶ୍ୱରକୁ ଗଡ଼ିଛି ପ୍ରଥମ ବସ୍‌। ଏହି ବସ୍‌ରେ ମାତ୍ର ୮ ଜଣ ଯାତ୍ରୀ ଆସିଥିଲେ। କରୋନା ପାଇଁ ଯାତ୍ରୀ ବସ୍‌ରେ ଆସୁ ନାହାନ୍ତି। ଯାତ୍ରୀମାନେ ମୁହଁରେ ମାସ୍କ ବାନ୍ଧି ବସ୍‌ରେ ଚଢ଼ିଥିଲେ।

ଦ୍ୱିତୀୟ ବସ୍‌ ଭୁବନେଶ୍ୱରକୁ ଆସିଥିଲା। ହେଲେ ଏଥିରେ ମାତ୍ର ୪ ଜଣ ଯାତ୍ରୀ ଥିଲେ। କମ୍‌ ଯାତ୍ରୀ ହେଉଥିଲେ ବି ବସ୍‌ ଆଜି ଗଡ଼ିଛି।

ଗତ ଦୁଇ ଦିନ ତଳେ ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ହେଲେ ଘରୋଇ ବସ୍‌ ମାଲିକ ସଂଘ ଏଥିରେ ରାଜି ହୋଇ ନଥିଲେ। ବସ୍‌ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସ୍ପେଶାଲ ପ୍ୟାକେଜ ଘୋଷଣା କରିବା ସହିତ ରୋଡ୍‌ଟାକ୍ସ ଛାଡ଼ କରିବାକୁ ଦାବି କରିଥିଲେ।

ବସ୍‌ ମାଲିକ ସଂଘର ଦାବି ବିଚାର କରାଯାଉଛି ବୋଲି ସରକାର କହିବା ପରେ ବସ୍‌ ଚଳାଚଳ କରିବାକୁ ସଂଘ ରାଜି ହୋଇଥିଲା। ୨୮ ତାରିଖରୁ ବସ୍‌ ଚଳାଚଳ କରିବ ବୋଲି ସଂଘ କହିଥିଲା। ହେଲେ ବସ୍‌ରେ ଯାତ୍ରୀ ନହେବାରୁ ଗତକାଲି ବିଭିନ୍ନ ସ୍ଥାନରୁ ବସ୍‌ ଆସି ନଥିଲା।

Comment