ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘର ସଂସାର ଆରମ୍ଭ ନହେଉଣୁ ସବୁ କିଛି ହୋଇଗଲା ଛାରଖାର। ରାଜଧାନୀର ଏକ ଘର ଭିତରୁ ମିଳିଲା ନବ ଦମ୍ପତ୍ତିଙ୍କ ମୃତଦେହ। ଭୁବନେଶ୍ଵର ଲିଙ୍ଗରାଜ ଥାନା କେଉଟ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସ୍ଥାନୀୟ ଲୋକେ ଏନେଇ ଖବର ପାଇବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀର ଫ୍ୟାନରେ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିବା ବେଳେ ବେଡ୍‌ ତଳେ ସ୍ତ୍ରୀ’ର ମୃତଦେହ ଉଦ୍ଧାର କରିଛି।

ମୃତ ବ୍ୟକ୍ତି ଜଣକ ଖବର କାଗଜ ହକର ଥିଲେ। ୩ ମାସ ହେବ ତାଙ୍କର ବିବାହ ହୋଇଥିଲା। ହସଖୁସିରେ ସଂସାର ଚାଲିଥିଲା ବେଳେ କେଉଁ ପରିସ୍ଥିତିରେ ଏପରି ହେଲା ତା’ର ଛାନ୍‌ଭିନ୍‌ କରୁଛି ପୋଲିସ। ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ଅଧିକ ତଥ୍ୟ ଖୋଜୁଛି ପୋଲିସ।

Comment